ପୁରୀ, ୧୬ /୬ -ମଙ୍ଗଳବାର ଶ୍ରୀମନ୍ଦିର ସମ୍ମୁଖରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |
ବାଂଲାଦେଶର ଢାକାଠାରେ ଅନୁଷ୍ଠିତ କନିଷ୍ଠ ପୁରୁଷ ବର୍ଗ ଆନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିୟନଶିପରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଦେଶକୁ ଗୌରବାନ୍ୱିତ କରିଛି। ଏହି ଦଳରେ ଓଡ଼ିଶାର ଏକମାତ୍ର ପ୍ରତିନିଧି ତଥା ପୁରୀର ସୁପୁତ୍ର ସ୍ୱସ୍ତିକ ମହାପ୍ରସାଦ ପତି ଅଂଶଗ୍ରହଣ କରି ଚମତ୍କାର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି।
ଏହି ଅବସରରେ ଉତ୍କଳ ବିଦ୍ୱତ ପରିଷଦ ର ସଭାପତି ମନୋଜ ରଥ ଙ୍କ ପୌରହିତ୍ୟ ରେ ଆୟୋଜିତ ସମ୍ବର୍ଦ୍ଧନା ପର୍ବ ରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ , ଉପ ନିର୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସନ୍ତୋଷ ସେଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ , ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ , ପ୍ରଶିକ୍ଷକ ଗୌରୀ ଶଙ୍କର ମିଶ୍ର, ବିରଞ୍ଚି ମିଶ୍ର ଯୋଗ ଦେଇ ଥିଲେ | ପ୍ରାରମ୍ଭରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଉତ୍କଳ ବିଦ୍ୱତ ପରିଷଦ ର ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ |
.
