🌻-:ଗୁରୁ ବନ୍ଦନା:-🌻
🍁ଗୁରୁଙ୍କ ରୁପରେ ଇଶ୍ବର ସମାନ ରହିଥାନ୍ତି ଆମ୍ଭ ପାଶେ, ଜ୍ଞାନ ଦେଉଥାନ୍ତି ଅଜ୍ଞାନୀ ମାନଂକୁ ହୋଇ ମୁଖ ହସେ ହସେ..
🍁ଭୁଲ୍ ରାସ୍ତାରେ ଶିଷ୍ୟ ଚାଲିଗଲେ ଶାସନ କରନ୍ତି ବେତରେ – ବୁଝାଇ ସୁଝାଇ ଭଲ ମଣିଷ କରନ୍ତି ତାଂକର ସେ ଦୁଇ ହାତରେ..
🍁ଭଲ କର୍ମ ପାଇଂ ପ୍ରେରଣା ଦିଅନ୍ତି ସଭିଂକୁ ଏକାଠି କରି , ଶିଷ୍ୟକ ସୁଚରିତ୍ର ଗଠନ କରନ୍ତି ମନରେ ଆନନ୍ଦ ଭରି..
🍁ଜ୍ଞାନ ର ଆଲୋକେ ଆଲୋକିତ କରି ସଭିଂକୁ ଶିକ୍ଷା ସେ ଦିଅନ୍ତି – ଶିକ୍ଷାର୍ଥୀ ମାନେ ଶିକ୍ଷା ପାଇକରି ବାବୁ ବଡଲୋକ ହୁଅନ୍ତି.
🍁ବିନା ଗୁରୁରେ ଜୀବନ ଅନ୍ଧକାର ମୟ ଆଖି ଥାଇ ଅନ୍ଧ ଭଳି – ପଶୁ ପରିକା ଏଠି ସେଠି ଘୁରେ ପାଏ ତିରସ୍କାର ଗାଳି..
🍁ଗୁରୁଙ୍କର ନିନ୍ଦା ଘୋର ମହାପାପ କରନି ତାଂକୁ ଅସମ୍ମାନ – ଯେଉଂ ମୁରୁଖ ତାଂକୁ ଅପମାନ କରେ ସେ ବୁଲା କୁକୁରଠୁ ହୀନ…
🍁ଗୁରୁ ଙ୍କ ପାଖେ ଧ୍ୟାନ କରନ୍ତୁ ତାଂକ ପଦମୁଳେ ପୁଜା କରନ୍ତୁ ହୃଦୟେ ଆନନ୍ଦ ଭରି , ଗୁରୁଙ୍କ ବାକ୍ୟ ମନ୍ତ୍ର ସମାନରେ ମୋକ୍ଷ ମିଳିଥାଏ ତାଂକ ଆଶିଷରେ କେବେ ଭୁଲନି ସାହାର୍ଯ୍ୟ ତାଙ୍କରି… 🌻
ତୁଚ୍ଛ ଲେଖକ : ଜଗନ କୁମାର ପାଢ଼ୀ
