You are currently viewing ସାମ୍ବାଦିକ ମଞ୍ଚ ତରଫରୁ 75 ତମ ସାଧାରଣତନ୍ତ୍ର ଦିବସ ପାଳନ
ସାମ୍ବାଦିକ ମଞ୍ଚ ତରଫରୁ 75 ତମ ସାଧାରଣତନ୍ତ୍ର ଦିବସ ପାଳନ

ଜଗନ୍ନାଥ ପ୍ରସାଦ :୨୬/୧:(ଚିତ୍ତରଞ୍ଜନ ଗନ୍ତାୟତ) ଜଗନ୍ନାଥ ପ୍ରସାଦ ସାମ୍ବାଦିକ ମଞ୍ଚ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଆଜି ୭୫ତମ ଜନରାଜ୍ୟ ଦିବସ ବା ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ କରାଯାଇଛି l ଏହି ଜାତୀୟ ଦିବସରେ ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାନ୍ତି,ମୈତ୍ରୀ ସମବୃଦ୍ଧି ଓ଼ ସ୍ୱାଭିମାନର ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ l ସେ ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକ ମାନଙ୍କର କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଉକ୍ତ ଉଛବରେ ସମ୍ମାନିତ ଅତିଥି ଭାବେ ସମିତି ମେମ୍ବର ଯୁଦ୍ଧଷ୍ଠିର ସେଠି, ଦୀନବନ୍ଧୁ ସେଠି,ପ୍ରଦୀପ କୁମାର ସେଠି,
ବିଚିତ୍ର କୁମାର ପ୍ରଧାନ, ଲିଟୁ ବେହେରା, ଲଷ୍ମୀନାରାୟଣ ଗୌଡ଼, ବିରୁପାକ୍ଷ ସେଠି, ସନାତନ ପ୍ରଧାନ, ମନୋଜ ପ୍ରଧାନ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ସାମ୍ବାଦିକ ମଞ୍ଚ ପକ୍ଷରୁ ସାମ୍ବାଦିକ ସଭାପତି ଚିତ୍ତରଞ୍ଜନ ଗନ୍ତାୟତ, ଦିଗାମ୍ବର ନାୟକ, ମୃତୁଞ୍ଜୟ ପଣ୍ଡା, ଲଷ୍ମୀନାରାୟଣ ବେହେରା, ନାରାୟଣ ନାଇକ, ଧନଞ୍ଜୟ ପଟ୍ଟନାୟକ, ଧବଳେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l