ଖଲ୍ଲିକୋଟ : 1/4 ବୁଧବାର ଦିନ ଖଲ୍ଲିକୋଟ ବ୍ଲକ ର ତିନି ଜଣ କର୍ମଚାରୀ ଙ୍କ ଅବସର ଉପଲକ୍ଷେ ବ୍ଲକ ପରିସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା |ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଙ୍କ ଅଧକ୍ଷତା ରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରେ ବ୍ଲକ ର ଦୁଇଜଣ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅଡିୟା ରେଡିଓ ଗାଡି ଚାଳକ ଗୋଲକ ବେହେରା ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଓ ଉପହାର ପ୍ରଦାନ କରି ବି ଦ ଓ ଶ୍ରୀ ସାମଲ ସମ୍ବର୍ଦ୍ଧିତ କରିଥିଲେ

|ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯାନ୍ତି ହରିକୃଷ୍ଣ ସାହୁ ଓ କନିଷ୍ଟ ଯନ୍ତ୍ରୀ ପ୍ରଫୁଲ୍ଲ ସ୍ୱାଇଁ ଭାରପ୍ରାପ୍ତ ଜି ପି ଓ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ସମେତ ବ୍ଲକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଏହି ସମ୍ବର୍ଦ୍ଧନା ସଭାରେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ ମାଧବ ବେହେରା, ଖଲ୍ଲିକୋଟ )
