You are currently viewing ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ଜୋନ୍ ୪ ର ବୈଠକ କୋଦଳା ଠାରେ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ଜୋନ୍ ୪ ର ବୈଠକ କୋଦଳା ଠାରେ ଅନୁଷ୍ଠିତ

କୋଦଳା (୨୯/୦୯/୨୦୨୩)
ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ସେବା I ୨ ତାରିଖରୁ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ I ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ଏହି ସରକାରୀ ବସ୍ । ତେବେ ‘ଲକ୍ଷ୍ମୀ’ ବସ ଯୋଜନାକୁ ବିରୋଧ କରିଛନ୍ତି ଘରୋଇ ବସ ମାଲିକ ସଂଘ I ଶୁକ୍ରବାର ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ଜୋନ୍ ୪ ର ବୈଠକ କୋଦଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୧୦ ତାରିଖରୁ ବସ ଧର୍ମଘଟ କରିବେ ଏବଂ ଘରୋଇ ବସ୍‌ ସଂସ୍ଥା ବିନା ସରକାର ଲକ୍ଷ୍ମୀ ବସ୍‌ରେ କେମିତି ପୂରା ରାଜ୍ୟର ଯାତ୍ରୀ ପରିବହନ ସମ୍ଭାଳିବେ? ଆମେ ଦେଖିବୁ ବୋଲି ସରକାରଙ୍କୁ ଧମକ ଦେଇଛନ୍ତି I
ଏଥିରେ ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନର ବସ୍ ମାଲିକ ମାନେ ଉପସ୍ଥିତ ରହି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏଥି ସହିତ ସଂଘରେ କିଛି ଅସାମାଜିକ ବ୍ୟକ୍ତି ଯାହାର ବସ୍ ନାହିଁ ସେମାନେ ଦୌରାତ୍ମ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବସ୍ ମାଲିକ ମାନେ। ପୁରୁଷୋତ୍ତମପୁର ର ସନ୍ତୋଷ ପତି ନାମକ ପୂର୍ବତନ ବସ୍ ମାଲିକ କିଛି ବସ୍ ମାଲିକ ମାନଙ୍କୁ ଏକାଠି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସନ୍ତୋଷ ପତିଙ୍କୁ ସଂଘରୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଛନ୍ତି ବସ୍ ମାଲିକ ମାନେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।