You are currently viewing ଟିଟିପିଏସ ପକ୍ଷରୁ ବାଳିକା ଶସକ୍ତୀକରଣ ଅଭିଯାନ -୨୦୨୫ ଶୁଭାରମ୍ଭ .
ଟିଟିପିଏସ ପକ୍ଷରୁ ବାଳିକା ଶସକ୍ତୀକରଣ ଅଭିଯାନ -୨୦୨୫ ଶୁଭାରମ୍ଭ .

ଅନୁଗୋଳ : (ଦିଲୀପ କୁମାର ଚୋପଦାର ) ଜିଲ୍ଲାର ତାଳଚେର ସ୍ଥିତ ଥର୍ମାଲ ପାୱାର ଷ୍ଟେସନ ପକ୍ଷରୁ ଓଡ଼ିଶା ବାଳିକାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ର ମାଇଲ ଖୁଣ୍ଟ ସଦୃଶ, ସୋମବାର ସନ୍ଧ୍ୟାରେ “ବାଳିକା ସଶକ୍ତିକରଣ ଅଭିଯାନ – ୨୦୨୫ ର ଶୁଭ ଉଦ୍ଘାଟନ ଉତ୍ସବ ବାଳିକା ମାନଙ୍କ ନାଚ,ଗୀତ,ସହିତ ବଡ ଉତ୍ସାହ ସହ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ -୨ (ଦୁଇ) ର ଆଞ୍ଚଳିକ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ ଅରିନ୍ଦମ ସିନ୍ ହା ଏବଂ ବସୁଧା ମହିଳା ମଣ୍ଡଳ ର ଅଧ୍ୟକ୍ଷା ଶ୍ରୀମତୀ ରୂପାଲି ସିନ୍ ହା ,ତାଳଚେର ଥର୍ମାଲ ପାୱାର ଷ୍ଟେସନ ର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ ବିଜୟ ଚାନ୍ଦ , ସାଗରିକା ମହିଳା ମଣ୍ଡଳ ଅଧ୍ୟକ୍ଷା ଶ୍ରୀମତୀ ବିଭା ଅଗ୍ରୱାଲ , ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନୀ ଉତ୍ସବ କୁ ଆରମ୍ଭ କରିଥିଲେ ।

ପରେ ପରେ ଏନଟିପିସି ସଙ୍ଗୀତ ଗାନ କରାଯାଇଥିଲା । ଅତିଥି ମାନେ ଅଭିଭାଷଣ ଜରିଆରେ ବାଳିକା ସଶକ୍ତିକରଣ ଅଭିଯାନ ୨୦୨୫ ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ । ପ୍ରକାଶ ଯୋଗ୍ୟ ଯେ,ଏହି ବର୍ଷ ୪୦ (ଚାଳିଶ) ଜଣ ଛାତ୍ରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ସେମାନଙ୍କୁ ଉତ୍ତମ ପରିବେଶ ରେ ରହିବା, ସ୍ୱାସ୍ଥ୍ୟକର ଭୋଜନ ଠୁ ଆରମ୍ଭ କରି ଟ୍ରାକ ସୁଟ,ସ୍କୁଲ ବ୍ୟାଗ୍ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପୂର୍ବକ ଏକ ମାସ ପର୍ଯ୍ୟନ୍ତ ଉନ୍ନତ ଜୀବନ ଶୈଳୀ ,ଆତ୍ମରକ୍ଷା ଆଦି କୌଶଳ ପ୍ରଶିକ୍ଷଣ ତାଲିମ ପ୍ରଦାନ ପାଇଁ ଅଭିଜ୍ଞ ଶିକ୍ଷକ,ତାଲିମ ଦାତା ବ୍ୟବସ୍ଥା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ତାଳଚେର ଥର୍ମାଲ ପାୱାର ଷ୍ଟେସନ ତାହାର ସି.ଏସ.ଆର କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳ ରେ ବହୁବିଧ ଯୋଜନା ତଥା ପ୍ରକଳ୍ପ ପ୍ରବର୍ତ୍ତନ ଜରିଆରେ ଲୋକଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ ଜାରି ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଉଦ୍ଘାଟନୀ ସନ୍ଧ୍ୟା ଆହୁରି ମନ ଲୋଭା ହୋଇଥିଲା । କାର୍ଯ୍ୟକ୍ରମ ରେ ପ୍ରକଳ୍ପ ମହା ପ୍ରବନ୍ଧକ ଶ୍ରୀ ଜେ.ପି. ରାୟ ,ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ରୋହିତ କୁମାର , ଏସ.କେ. ସକିଲ,ଙ୍କ ସହିତ ତାଳଚେର ଥର୍ମାଲ ର ବିଭିନ୍ନ ବିଭାଗ ବିଭାଗ ଅଧିକାରୀ , ଗ୍ରାମ ପଞ୍ଚାୟତ ସରପଞ୍ଚ, ପୋଲିସ ଅଧିକାରୀ, ଅଭିଭାବକ,ଗ୍ରାମୀଣ ବହୁ ସଂଖ୍ୟାରେ ଯୋଗ ଦେଇ ବାଳିକା ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଵାଗତ ଭାଷଣ ଶ୍ରୀ ସଂଜିତ ବାବୁ ଏବଂ ମଞ୍ଚ ପରିଚାଳନା ନିବେଦିତା ପ୍ରଧାନ ଏବଂ ପଲ୍ଲବୀ ଦେ କରିଥିଲେ । ଶେଷ ରେ ମାନବ ସମ୍ବଳ ମୁଖ୍ୟ ଶ୍ରୀ ରୋହିତ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ ।