You are currently viewing ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବିଶ୍ୱମ୍ଭର ବିଦ୍ୟାପୀଠର ଛାତ୍ରୀଙ୍କ କୃତିତ୍ୱ
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବିଶ୍ୱମ୍ଭର ବିଦ୍ୟାପୀଠର ଛାତ୍ରୀଙ୍କ କୃତିତ୍ୱ

ପୁରୀ ତା 14.1.2025.ମଧ୍ୟପ୍ରଦେଶର ଭୋପଳରେ 3 ଜାନୁଆରି 2025 ରୁ 6 ଜାନୁଆରି 2025 ପର୍ଯ୍ୟନ୍ତ 31ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀରେ ବିଶ୍ୱମ୍ଭର ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ରୀ ଆରାଧନା ସାହୁ ତାଙ୍କର ପ୍ରକଳ୍ପ ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି l ତାଙ୍କର ପ୍ରକଳ୍ପର ଶୀର୍ଷକ ଥିଲା “WATER HYACINTH:A CURSE TO BLESSING”I ଏହି ପ୍ରକଳ୍ପ ପ୍ରସ୍ତୁତିରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ କଲ୍ୟାଣୀ ସାହୁ ଏବଂ ପ୍ରିୟଦର୍ଶିନୀ ସାହୁ ମାର୍ଗଦର୍ଶନ କରାଇଥିଲେ।ଭୋପାଳରୁ ଫେରିବା ପରେ ଆରାଧନାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ଦାଶ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟର ନାମକୁ ଜାତୀୟ ସ୍ତରରେ ପହଞ୍ଚାଇ ପୁରୀ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ।