You are currently viewing ପୁରୁଷୋତ୍ତମପୁରରେ ନୂତନ କୋର୍ଟର କୋଠଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନଅନୁଷ୍ଠିତ
ପୁରୁଷୋତ୍ତମପୁରରେ ନୂତନ କୋର୍ଟର କୋଠଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନଅନୁଷ୍ଠିତ

ପୁରୁଷୋତ୍ତମପୁର ତା-୧୧l୧୧l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ କନକା ଠାକୁରାଣୀ ମନ୍ଦିର ଆଗରେ ନୂତନ ଭାବେ ସବ ଜର୍ଜ କୋର୍ଟ କୋଠଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଉଛି | ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ କାର୍ଯ୍ଯକାରି ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ଯୁତରଞ୍ଜନ ସଡଙ୍ଗୀ ଓ ଗଞ୍ଜାମ ଜିଲ୍ଲା ପ୍ରଟୋକାଲ ଜଷ୍ଟିସ ଦେବବ୍ରତ ଦାସ ଯୋଗ ଦେଇ କୋର୍ଟ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଏହି କୋର୍ଟଟି ୩ ଏକର ଜମିରେ ନିର୍ମିତ ହେବ । ଆଉ ଏହି କୋର୍ଟ ନିର୍ମାଣ ନିମନ୍ତେ ପ୍ରାୟ ୮0 କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯିବ । ଏହି କୋର୍ଟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବା ସମେତ ତିନି ଗୋଟି ବର୍ଗର ଷ୍ଟାପ କ୍ବାଟର, କୋର୍ଟରେ ଟ୍ରାଞ୍ଜିଟ ହାଉସ, ବାର ଆସୋସିଏସନ୍ ସହ କେଣ୍ଟିନ ନିର୍ମାଣ ହେବ | ଏଥିରେ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ହେବ । ଏହି କୋର୍ଟ ହେବା ଦ୍ବାରା ଓକିଲ ଓ ମହକିଲ ମାନେ ବେଶ ଉପକୃତ ହୋଇ ପାରିବେ |।

ଏହି ଅବସରରେ ହାଇ କୋର୍ଟର ରେଜିଷ୍ଟର ଗଞ୍ଜାମ ଜିଲ୍ଲାଜଜ୍ ରୁପଶ୍ରି ଚୌଧୁରି,ପୁରୁଷୋତ୍ତମପୁର ଠାରେ ମାନ୍ଯବର ହାଇକୋର୍ଟର ଜଷ୍ଟିସ ଦେବବ୍ରତ ଦାଶ ଓ ଗଞ୍ଜାମଜିଲ୍ଲା ଦୌରାଜଜ୍ ରୁପଶ୍ରୀ ଚୌଧୁରି ,ପୁରୁଷୋତ୍ତମପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ଶରତ କୁମାର ସାହୁ ଏବଂ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l।

ବିଶେଷ ଖୁସିର ମୂହୁର୍ତ୍ତରେ ଓକିଲ ମାନେ ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ଓକିଲ ସଂଘ ସମ୍ପାଦକ ସୀମାଞ୍ଚଳ ମିଶ୍ର,ଓକିଲ,ଉପ ସଭାପତି ଗୌରୀ ଶଙ୍କର ରାଉଳ, ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପଣ୍ଡା,ଏହା ସହ ପୁରୁଷୋତ୍ତମପୁର କୋର୍ଟର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ ।

ପୁରୁଷୋତ୍ତମପୁର ଏନଏସି ଅଞ୍ଚଳରେ ନୂତନ କୋର୍ଟର ନିର୍ମାଣ ପାଇଁ ଓଡିଶା ସରକାର ଅର୍ଥ ପ୍ରଦାନ କରିଥିବାରୁ ପୁରୁଷୋତ୍ତମପୁର ଏନଏସିର ଅଧ୍ୟକ୍ଷାପ୍ରିୟଙ୍କା ଗୌଡ଼ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯାଣାଇଛନ୍ତି l

ରିପୋର୍ଟ ପ୍ରସନ୍ନ କୁମାର ଦାସ