You are currently viewing କୋମା ସ୍ଥିତି ରେ ଧରାକୋଟ ତହସିଲରାଜସ୍ୱ କ୍ଷେତ୍ର କର୍ମଚାରୀ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ
କୋମା ସ୍ଥିତି ରେ ଧରାକୋଟ ତହସିଲରାଜସ୍ୱ କ୍ଷେତ୍ର କର୍ମଚାରୀ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ

ଧରାକୋଟ ,19/2/24
ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଆହ୍ବାନ କ୍ରମେ ଧରାକୋଟ ତହସିଲ ର କ୍ଷେତ୍ର କର୍ମଚାରୀ ମାନେ ଏଥିରେ ସାମିଲ ହୋଇ ସୋମବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ବହୁ ଅବହେଳିତ ଓ ପ୍ରତିକ୍ଷୀତ ନାଯ୍ୟ ଅଣ ଆର୍ଥିକ ଦାବୀ ସହ ଓ ଡି ଆର ଏସ କ୍ୟାଡ଼ର ପୁନଃ ସଂରଚନା ଭଳି ଛଅ ଦଫା ଦାବି ପୂରଣ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ସୁପରଭାଇଯର ସୁଜ୍ଞାନି ବେହେରା,ରାଜସ୍ବ ନିରୀକ୍ଷକ ମନ୍ଦାକିନୀ ମଲିକ, ଯଜ୍ଞ ନାରାୟଣ ନାୟକ,ରଞ୍ଜନ କୁମାର ବରାଡ,ରବି ନାରାୟଣ ଗୌଡ଼,ଲକ୍ଷ୍ମଣ ନାୟକ, ବାବୁରାମ ନାୟକ,s ଜଗେୟା ଙ୍କ ସମେତ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରାଜେଶ ବଳ, ଶୁଶାନ୍ତ ପୂଜାରୀ ଓ ଦିବାନନ୍ଦ ମଲିକ ପ୍ରମୁଖ ସାମିଲ ହେବାସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମିଳିତ ଭାବରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ତହସିଲ କାର୍ଯ୍ୟାଳୟ ଏକ ରକମ କୋମା ସ୍ଥିତି କୁ ଚାଲି ଆସିଛି। ଆଜି ସାତଗୋଟି ରାଜସ୍ବ ସର୍କଲ କୁ ବହୁଲୋକ ନିଜ ନିଜର କାମ ପାଇଁ ଆସିଥିଲେ ମଧ୍ୟ ନିରାଶ ହୋଇ ଫେରିଛନ୍ତି ।