You are currently viewing ସାନଖେମୁଣ୍ଡି ଅଞ୍ଚଳରେ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ସେବାର ଶୁଭାରମ୍ଭ କଲା ଶୁଭକାମନା ଟ୍ରଷ୍ଟ ।
ସାନଖେମୁଣ୍ଡି ଅଞ୍ଚଳରେ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ସେବାର ଶୁଭାରମ୍ଭ କଲା ଶୁଭକାମନା ଟ୍ରଷ୍ଟ ।

ବ୍ରହ୍ମପୁର , ୦୬/୧୨ – ( ପ୍ରଫୁଲ୍ଲ ସାବତ ) -:- ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ସଫଳତା ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ଚିକିତ୍ସିତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଧର୍ମରାୟପୁର ଗ୍ରାମର ମନୋଜ ରଥଙ୍କ ଶୁଭକାମନା ଟ୍ରଷ୍ଟ ପକ୍ଷରୁ ଆଜି ସେବା ପ୍ରଦାନର ଶୁଭାରମ୍ଭ ହୋଇଅଛି । ଏହି ପରିପ୍ରେକ୍ଷୀରେ ଶୁଭକାମନା ଟ୍ରଷ୍ଟ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ସହ ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟାଳୟ , ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ବାହନ ଦାସଙ୍କ ସହ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁର। ପାଟପୁର ଥାନା ପକ୍ଷରୁ ସବ ଇନ୍ସପେକ୍ଟର ଶାନ୍ତନୁ କୁମାର ଦିଗାଲ ଉପସ୍ଥିତ ରହିଥିଲେ ।

ଶୁଭକାମନା ଟ୍ରଷ୍ଟ ଅଧ୍ୟକ୍ଷ ମନୋଜ କୁମାର ରଥ , ସମ୍ପାଦକ ଡା.ଆକାଶ କୁମାର ରଥ , ମୁଖ୍ୟ ଉପଦେଷ୍ଟା ବରିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ମିଶ୍ର ଏବଂ ବିଭାଗୀୟ ପିପିସି ସୁଧୀର ପଟ୍ଟନାୟକ ପ୍ରମୁଖ ଅତିଥିଙ୍କ ସହ ଶ୍ରୀ ଜଗନ୍ନାଥଙ୍କ ଠାରେ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଅୟମାରମ୍ଭ କରିଥିଲେ । ସାନଖେମୁଣ୍ଡି ବ୍ଲକ ନିର୍ବାଚିତ ଜନପ୍ରତିନିଧି , ଅଞ୍ଚଳ ବୁଦ୍ଧିଜୀବୀଙ୍କ ଗହଣରେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ସମସ୍ତ ଡାକ୍ତର , ଆଡପଡା ସି.ଏଚ.ସି ଫାର୍ମାସିଷ୍ଟ ନିରଞ୍ଜନ ପାତ୍ର , ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ,

ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ସମସ୍ତ ଚିକିତ୍ସାଧୀନ ଯକ୍ଷ୍ମା ରୋଗୀଙ୍କ ସମାବେଶରେ ଆୟୋଜିତ ଏହି ସଚେତନା କାର୍ଯ୍ୟକ୍ରମକୁ ବରିଷ୍ଠ ଯକ୍ଷ୍ମାରୋଗ ନିରୀକ୍ଷକ ଶିବପ୍ରସାଦ ଦାଶ ସଂଯୋଜନା କରିଥିବା ବେଳେ ଉପସ୍ଥିତ ଅତିଥି ବୃନ୍ଦ ଯକ୍ଷ୍ମା ରୋଗ ଭଳି ଏକ ସଂକ୍ରମଣ ରୋଗର ନିରାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାରୋଗ ମୁକ୍ତ ଅଭିଯାନରେ ସ୍ବେଛାସେବୀ ସଂଗଠନର ସ୍ବେଛାକୃତ ସଂପୃକ୍ତି , ରୋଗୀଙ୍କୁ ସେବା ପ୍ରଦାନରେ ବିନା ମଧ୍ୟସ୍ଥିରେ ସ୍ବେଚ୍ଛାସେବୀ ସଂଗଠନର ଭୂମିକା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସାନଖେମୁଣ୍ଡ ବ୍ଲକ ଅଞ୍ଚଳ ପରିସର ଅନ୍ତର୍ଭୁକ୍ତ ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ପରିପୂରକ ପୋଷଣ ପ୍ରଦାନର ଶୁଭାରମ୍ଭ କରାଯାଇଥିଲା । ଉପସ୍ଥିତ ଅତିଥିଙ୍କ ଦ୍ଵାରା ପଞ୍ଜୀକୃତ ଚିକିତ୍ସାଧୀନ ଯକ୍ଷ୍ମାରୋଗୀଙ୍କୁ ଟ୍ରଷ୍ଟ ପକ୍ଷରୁ ପୋଷଣ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ ।
ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧିକାରୀ ବିଦେଶୀ ଜେନା , ଦା , ମନୋରଞ୍ଜନ ମିଶ୍ର , ଡା ଲିଙ୍ଗରାଜ ଶତପଥୀ , ଲିପିକା ରାଣୀ ପାଣିଗ୍ରାହୀ ,ଜନ ସ୍ୱାସ୍ଥ୍ୟଶିକ୍ଷା ଅଧିକାରୀ ଜୟନ୍ତୀ ଦାସ , ସିଏଚଓ ବି ଆଶୁତୋଷ ପାତ୍ର ପ୍ରମୁଖଙ୍କ ସହ ଟ୍ରଷ୍ଟ ପକ୍ଷରୁ ସମାଜସେବୀ ଜଗନ୍ନାଥ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତି ସହଯୋଗ କରିଥିଲେ ।