You are currently viewing ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ ।
ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ ।

ପାଟପୁର ୧୨/୦୧/୨୦୨୪: ଆଜି ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟ ପାଟପୁର ରେ ଜାତୀୟ ଯୁବ ଦିବସ ପାଳନ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଭାପତି ଭାବେ ଡ଼ .ପ୍ରଦୀପ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ର ଅଧକ୍ଷା ଡ଼ .ସୁଧେଷ୍ଣା ଚୌଧୁରୀ ସଙ୍କେପରେ ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନୀ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାମୀ ଜୀବନର ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ ।

ମୁଖ୍ୟ ଅତିଥି ଡ଼ ବ୍ରହ୍ମା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ରସାୟନ ବିଜ୍ଞାନ ର ଅଧ୍ୟାପକ ଡ଼ କୈଲାଶ ଚନ୍ଦ୍ର ସ୍ଵାଇଁ ସ୍ଵାମୀ ଜୀବନୀ ବାଣୀ ଛାତ୍ରଛାତ୍ରୀ ଙ୍କୁ ଚରିତ୍ର ଗଠନ ରେ ସହାୟକ ହେବ ବୋଲି ଉପଦେଶ ଦେଇଥିଲେ । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟ କ୍ରମ ରେ ଉପସ୍ଥିତ ରହିଥିଲେ।

ଗଞ୍ଜାମ ଜିଲ୍ଲା ରୁ IJB NEWS।