You are currently viewing ଚାନ୍ଦା ଆଦାୟ କରି ରାସ୍ତା ମରାମତି କଲେ କପାଟପାଣି ଗ୍ରାମବାସୀ |
ଚାନ୍ଦା ଆଦାୟ କରି ରାସ୍ତା ମରାମତି କଲେ କପାଟପାଣି ଗ୍ରାମବାସୀ |

ରାଇଘର(ଲାଳଧର ଦୁର୍ଗା ):-ତା ୧୪/୦୭/୨୦୨୫ବାରମ୍ବାର ପ୍ରଶାସନକୁ ରାସ୍ତା ଖଣ୍ଡେ ପାଇଁ ଅନୁରୋଧ କରି ବିଫଳ ହେବା ପରେ ନିଜସ୍ୱ ଖର୍ଚ୍ଚରେ ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ |ଏଭଳି ଦୃଶ୍ୟ ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମୁଣ୍ଡିବେଡା ପଂଚାୟତରେ |ପଂଚାୟତ ଅଧୀନରେ ଥିବା କପାଟପାଣି ଗ୍ରାମର ଜନସଂଖ୍ୟା 800ରୁ ଉର୍ଦ୍ଧ ରହିଥିବା ବେଳେ କପାଟପାଣି ସହିତ କି ଡ଼ିଙ୍ଗିମାଲକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଦିନରେ ଅତି ଦୟନୀୟ ହୋଇପଡେ |ରାସ୍ତାର ଦୈଘ୍ୟ ପାଖାପାଖି ତିନି କିଲୋମିଟର ହୋଇଥିବା ବେଳେ ବର୍ଷା ଦିନ ମାନଙ୍କରେ ରାସ୍ତାଟି କାଦୁଅ ରେ ଭରି ଯିବା ସହିତ ଅନେକ ସ୍ଥାନରେ ଛୋଟବଡ଼ ଗାତ ସୃଷ୍ଟି ହୋଇ କାଦୁଅ ପାଣି ଜମି ରହେ |ଫଳରେ ଜନସାଧାରଣଙ୍କ ଯିବା ଆସିବାରେ ବହୁତ ଅସୁବିଧା ହୁଏ |ରାସ୍ତାର ମରାମତି ପାଇଁ ଗ୍ରାମବାସୀ ପଂଚାୟତ ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି |ଶେଷରେ କୌଣସି ଉପାୟ ନପାଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ଉକ୍ତ ରାସ୍ତାର ମରାମତି କରୁଥିବା ଦେଖିବାକୁ ମିଳିଛି |ରାସ୍ତା ସମସ୍ୟାକୁ ନେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ରାଇଘର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଙ୍କୁ ଗୁହାରୀ କରିଥିଲେ ହେଲେ ସେମାନେ ଆସନ୍ତା ଛଅ ମାସ ମଧ୍ୟରେ ରାସ୍ତା କାମ ଆରମ୍ଭ କରିବେ ବୋଲି କଥା ଦେଇଥିଲେ |ଉଭୟ ସାଂସଦ ଓ ବିଧାୟକଙ୍କ ଠାରୁ ଏଭଳି ପ୍ରତିଶୃତି ପାଇ ଗ୍ରାମବାସୀ ବେସ ଆନନ୍ଦିତ ହୋଇଥିଲେ, ହେଲେ ବର୍ଷେ ଉର୍ଦ୍ଧ ପରେବି ରାସ୍ତା ମରାମତି ନ ହେବାରୁ ନିଜେ ନିଜେ ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଲିଛି |ଆଗାମୀ ଦିନରେ ଯଦି ସରକାର ଏହି ରାସ୍ତା ଉପରେ ଦୃଷ୍ଟି ନ ଦିଅନ୍ତି ତେବେ ଭୋଟ ବର୍ଜନ କରାଯିବା ବୋଲି ପ୍ରକାଶ ମତ କରିଛନ୍ତି।ଅନ୍ୟପଟେ କପାଟପାଣି -କିଡ଼ିଙ୍ଗିମାଲ ରାସ୍ତା ନିର୍ମାଣ ହେଲେ ଉଭୟ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି |(ରାଇଘର ରୁ ଲାଳଧର ଦୁର୍ଗା ଙ୍କ ରିପୋର୍ଟ IJBNEWS)