You are currently viewing ବିଜ୍ଞାନ ମହାବିଦ୍ୟାଳୟରେ ପ୍ଳାଷ୍ଟିକମୁକ୍ତ ସଚ଼େତନତା ଅଭିଯାନ।
ବିଜ୍ଞାନ ମହାବିଦ୍ୟାଳୟରେ ପ୍ଳାଷ୍ଟିକମୁକ୍ତ ସଚ଼େତନତା ଅଭିଯାନ।

ଆସିକା ତା ୨୯/୧୧ – (ଶକ୍ତି ପ୍ରସାଦ କର) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତଥା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଂଶ ବିଶେଷରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପ୍ଳାଷ୍ଟିକ ମୁକ୍ତ ସଚ଼େତନତା ଅଭିଯାନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଅଧ୍ୟକ୍ଷତାରେ ସଂପାଦିତ ହୋଇଯାଇଛି। ‘ନୂଆଁ ଓ’ ଏବଂ ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ ଯୋଜନାର ନୋଡ଼ାଲ ଅଧିକାରୀ ତଥା ସମନ୍ବୟକାରୀ ଡ. ବସନ୍ତ କୁମାର ଆଚାରୀ ସଂଯୋଜନା କରିଥିଲେ। ଅଧ୍ୟକ୍ଷ ପରିବେଶ ସୂରକ୍ଷା ଉପରେ ଛାତ୍ରଛାତ୍ରୀମାନଙ୍କୁ ଅଭିମନ୍ତ୍ରିତ କରିଥିବା ବେଳେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଉପସ୍ଥିତ ରହି ସମାଜରେ ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
କଲେଜ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ସ୍ବଚ୍ଛ ପରିବେଶ ହିଁ ଦେଶ ବିକାଶର ଭିତ୍ତିଭୂମୀ ଅଟେ ବୋଲି ମତ ପୋଷଣ କରିଥିଲେ ଏବଂ ବୃକ୍ଷ ରୋପଣ ଉପରେ ମହତ୍ତ୍ବ ପ୍ରତିପାଦନ କରିଥିଲେ। କଲେଜର ପ୍ରାୟ ଶତାଧିକ ସ୍ବେଚ୍ଚାସେବୀ ଛାତ୍ରଛାତ୍ରୀ କଲେଜ ପରିସରକୁ ପ୍ଳାଷ୍ଟିକ ପଲିଥିନ, ଖାଲିବୋତଲ ଏବଂ ଅଳିଆ ଅବର୍ଜନା ମୁକ୍ତ କରି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କାର୍ଯ୍ୟକ୍ରମ ଅଧୀନସ୍ତ ସମନ୍ବୟକାରୀ ଡ. ସ୍ମିତାରାଣୀ ପଣ୍ଡା, କଲେଜ ସହ ପ୍ରଶାସନିକ ଅଧିକାରୀ, ସଦସ୍ୟ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ପ୍ରାଧ୍ୟାପକ ବିଘ୍ନରାଜ ପାଢ଼ୀ, ସନାତନ ପାଢୀ, ଡ. ଗଣେଶ୍ବର ପ୍ରଧାନ, ଧନଞ୍ଜୟ ମହାପାତ୍ର, ସାମାଜିକ କାର୍ଯ୍ୟକ୍ରମର ସଦସ୍ୟ ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ମିନତୀ ବେହେରା, ଡ. ଅଜିତ୍ କୁମାର ମୁନୀ, ମଞ୍ଜୁ ଡାକୁଆ ଏବଂ କଲେଜର ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସ୍ବେଚ୍ଚାସେବୀ ଛାତଛାତ୍ରୀ ରଶ୍ମିତା, ସ୍ମୃତୀରାଣୀ, ମମତା, ଶିବ, ଚନ୍ଦନ, ହୃଷିକେଶ୍, ବିଶ୍ବଜିତ୍ ବିକାଶ, ଶେଖ୍ ରାଜା, ବର୍ଷା, ସୁନିତା, ସୁପ୍ରିୟା ଇତ୍ୟାଦି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।