କୋଦଳା(୧୪/୧୨/୨୦୨୩) ଗତ ୨୪/୧୧/୨୦୨୩ ରୁ ଆୟୋଜିତ ଯୁବ ଓଡ଼ିଆ ନବୀନ ଓଡିଶା ତଥା “ନୂଆ ଓ” କାର୍ଯ୍ୟକ୍ରମ କୋଦଳା ଲଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିଥିଲେ ଏବଂ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା “ନୂଆ ଓଡ଼ିଶା”ର ଆଭିମୁଖ୍ୟ ସମ୍ପର୍କ ରେ ଛାତ୍ର ଛାତ୍ରୀ ଙ୍କୁ ସାମଗ୍ରୀକ ବିକାଶ ଉପରେ ନୂଆ ଓଡିଶା ଯୋଜନା ର ଉପାଦେୟତା ସମ୍ପର୍କ ରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼ଃ ଦତ୍ତରାମ ବିଷୋୟୀ ପ୍ରେରଣାଦାୟୀ ଅଭିଭାଷଣ ଦେଇଥିଲେ।ସଂମ୍ମାନୀତ ଅତିଥି ରୂପେ କୋଦଳା ଲଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଯୋଗ ଦେଇ ସୃଜନଶୀଳତା ର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ଅନୁଷ୍ଠାନ ର ପୂର୍ବତନ ପରିଚାଳନା ସମିତି ସଦସ୍ୟ ଶ୍ରୀଯୁକ୍ତ ହୃଷିକେଶ ବେହେରା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିଥିଲେ।ନୋଡାଲ ଅଫିସର ଶ୍ରୀଯୁକ୍ତ ହୁଷୀକେଶ ପ୍ରହରାଜ କାର୍ଯ୍ୟକ୍ରମ ର ବିବରଣୀ ପାଠ କରିଥିଲେ। କ୍ରୀଡା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସନ୍ନ ମାହାପାତ୍ର,ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକାରୀ କାଳନ୍ଦୀ ଚରଣ ଦାଶ,ସାମାଜିକ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁଦର୍ଶନା ପ୍ରଧାନ କାର୍ଯ୍ୟକ୍ରମ ସୂଚାରୁ ରୂପେ ସାମ୍ପାଦିତ କରିଥିଲେ।ଯୁବ ଓଡ଼ିଶା ନୂଆ ଓଡ଼ିଶା କାର୍ଯ୍ୟକ୍ରମ ର ସଭ୍ୟ ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ଅଧ୍ୟାପିକା ମୌସୁମୀ ମିଶ୍ର, ଆଧ୍ୟାପିକା ସାଗରିକା ମୁନି,ଡି.ଇ .ଓ ସମୀର ପରିଡ଼ା,ଗ୍ରନ୍ଥାଗାର ପରିଚାରିକା ସୁନିତା କୁମାରୀ ପାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସଫଳ ମଣ୍ଡିତ ହୋଇଥିଲା।ଅଧ୍ୟାପକ ବିଷ୍ଣୁ ନାରାୟଣ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପରିଶେଷରେ ଆଧ୍ୟାପିକା ମୌସୁମୀ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
