ସାନଖେମୁଣ୍ଡି ,୩୦/୯, ( ଆରତ କୁମାର ହୋତା ) -:-
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୁଲ୍ୟରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ପ୍ରକଳ୍ପ ଅଧିକାରୀ ସୁଶ୍ରୀ ଭବାନୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରକଳ୍ପ ସ୍ତରୀୟ ଏହି ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର , ତାହସିଲଦାର ରାମଚନ୍ଦ୍ର ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ବାଇଁ ଯୋଗଦେଇଥିଲେ ।
ପାଟପୁର ଥାନା ଶିଶୁ ଓ ମହିଳା ଡେସ୍କ ସଂଚାଳିକା ସବ ଇନିସପେକ୍ଟର ଶୁଭଲକ୍ଷ୍ମି କହଁର ପ୍ରମୁଖ ମଞ୍ଚାଷୀନ ରହି ରାଷ୍ଟ୍ରୀୟ ପୋଷଣ ଦିବସର ଅନୁଚିନ୍ତା ସହ ଏହାର ଉପଯୋଗୀତା ଆଧାରରେ ନିଜନିଜ ମତ ରଖିଥିଲେ । ଅତିଥି ନିଜନିଜ ଅଭିବ୍ୟକ୍ତିରେ ତାତ୍ୱିକ ପୋଷଣ ନିମିତ୍ତ ଅଞ୍ଚଳ ଭିତ୍ତିରେ ଉପଲବ୍ଧ ପାରମ୍ପରିକ ପୋଷକ ତତ୍ତ୍ଵ ଯୁକ୍ତ ଫଳ ପନିପରିବା ଏବଂ ଖାଦ୍ୟ ଶସ୍ୟର ପୋଷଣ ଓ ତାର ଉପଯୋଗିତା ନେଇ ନିଜନିଜ ମତ ରଖିଥିଲେ । ଅଞ୍ଚଳର ଜନ ପ୍ରତିନିଧି , ଅଙ୍ଗନୱାଡ଼ି ଏବଂ ଆଶା କର୍ମୀଙ୍କ ସହ ବହୁ ସଂଖ୍ୟାରେ କିଶୋରୀ ବାଳିକା , କନ୍ୟାରତ୍ନ ହିତାଧିକାରୀଙ୍କ ସମାବେଶ ପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା , ଗର୍ଭବତୀ ,ପ୍ରସୂତି ମହିଳାଙ୍କ ସମେତ ଶିଶୁଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ସମ୍ବନ୍ଧରେ ସଚେତନା କରାଯାଇଥିଲା । ଶିଶୁର ଅଭିବୃଦ୍ଧି ନିରୀକ୍ଷଣ ସହ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ ହେବା ,ପାରିପାର୍ଶ୍ବିକ ପରିବେଶର ଯତ୍ନ ନେବା ଏବଂ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଗ୍ରହଣ ସହିତ ପରିଷ୍କାର ପରିଚ୍ଛନ୍ନତା ନେଇ ଗୁରୁତ୍ୱାରୋପ କରାଯାଇଥିଲା । ଏହା ସହ ୨୦୩୦ ମସିହା ସୁଦ୍ଧା ଭାରତରୁ କୁପୋଷଣ ହଟାଇବା ସରକାରଙ୍କ ଲକ୍ଷ୍ୟ ରହିଥିବା ନେଇ ସିଡିପିଓ ମତବ୍ୟକ୍ତ କରିଥିଲେ । ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ମୋ ଗେହ୍ଲା ଝିଅ ନିର୍ଭୟା କଢି , ଶିଶୁଙ୍କ ପାଇଁ ଦିନଟିଏ ଅନ୍ତର୍ଗତରେ ସୁସ୍ଥ ମା ଏବଂ କନ୍ୟାରତ୍ନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସାପ କାମୁଡାକୁ ସାବଧାନ ସମ୍ବନ୍ଧରେ ସଚେତନା କରାଯାଇଥିଲା ।
ପୋଷଣ ମାସ ପାଳନ ପରିପ୍ରେକ୍ଷୀରେ କର୍ମୀଙ୍କ ସଂଯୋଜନାରେ ( ମାଣ୍ଡିଆ) ପ୍ରସ୍ତୁତିରେ ଖାଦ୍ୟ ଏବଂ ପିଠା ଷ୍ଟଲ ଅତିଥିଙ୍କୁ ଆକୃଷ୍ଟ କରିଥିଲା । କାର୍ଯ୍ୟକ୍ରମରେ ପାତ୍ରପୁର ଆଇସିଡ଼ିଏଡ୍ ଏବଂ ମିଶନ ଶକ୍ତି କର୍ମଚାରୀ କର୍ମକର୍ତ୍ତାଙ୍କ ସହ ସମସ୍ତ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
