You are currently viewing ସୋରଡ଼ା ରେ ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କର୍ମ ଶାଳା
ସୋରଡ଼ା ରେ ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କର୍ମ ଶାଳା

ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ଶ୍ରୀ କୀର୍ତ୍ତି ଭାସନ ଭି ଦାୟିତ୍ୱ ନେବା ପରେ ପ୍ରଶାସନ କୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ସହ ଜନସାଧାରଣଙ୍କ ଅଭିଯୋଗ, ପ୍ରସ୍ତାବ ଓ ସମସ୍ୟାଗୁଡ଼ିକ ର ଶୀଘ୍ର ସମାଧାନ ପାଇଁ, ଅଗଷ୍ଟ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣୀ ଆୟୋଜନ କରିବା ସହ ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ.

ପଞ୍ଚାୟତ ସମିତି ର ପ୍ରତି ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କର୍ମଶାଳା ଆୟୋଜନ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଏହି ପରିପେକ୍ଷୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ରେ ସୋରଡ଼ା ବ୍ଳକ ସୁରମଣୀ ପଞ୍ଚାୟତ ରେ ଆଜି ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କର୍ମଶାଳା ଆୟୋଜନ କରାଯାଇଥିଲା |.


ଏହି କର୍ମଶାଳା ରେ ସୁରମଣୀ ପଞ୍ଚାୟତ ଲୋକଙ୍କଦ୍ୱାରା ମୋଟ ୮୯ ଟି ଅଭିଯୋଗ ଆସିଥିବା ବେଳେ କର୍ମଶାଳା ରେ ହିଁ ୬୨ ଟି ସମସ୍ୟା ର ସମାଧାନ କରାଇଯାଇଛି ଏହି ମଧ୍ୟରୁ PMAY 20, ରାସନ କାର୍ଡ 9, ବାର୍ଦ୍ଧକ୍ୟ ଭତ୍ତା 46, ଘର ବାରି ପଟ୍ଟା 2, ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ 2, TPSODL 1,ସୁଭଦ୍ରା 8, ଉନ୍ନୟନ ମୂଳକ କାର୍ଯ୍ୟ ୧ ଟିର ସମାଧାନ ହୋଇଛି | ଆଉ 27 ଟି ଅଭିଯୋଗ ବିଚାର ଧୀନ ରହିଛି | ଏହି ଶିବର ରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ରାଜ ସେନାପତି, ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅଜିତ ବେହେରା, ସୋରଡ଼ା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ