ବ୍ରହ୍ମପୁର , ୦୨/୦୧ -:- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରକ୍ଷାତ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା ଆମ ଗହଣରେ ନାହାଁନ୍ତି । ତିନିଦିନ ତଳେ ଓକିଲ ପୀତବାସ ପଣ୍ଡା ଡାଏରୀ ଟିଏ ଧରି ସେ ରହୁଥିବା ଗାନ୍ଧୀ ନଗର ଘରକୁ ଯାଇଥିଲେ ଦେଖା କରିବାକୁ । ତାଙ୍କ ସାନ ବୋହୂ ସୁଧାଂଶୁ ଭାଇନା ଅସୁସ୍ଥ ଥିବା କଥା କହିଲେ । ସୁଧାଂଶୁ ଭାଇନା ମୋର ଗୁରୁ ,ବଡ଼ଭାଇ ଓ ମାର୍ଗ ଦର୍ଶକ ଥିଲେ । ବ୍ରହ୍ମପୁରର ଜଣେ ବରିଷ୍ଠ ଆଇନଜୀବୀ ଭାବରେ ସେ କେବଳ ପରିଚିତ ନଥିଲେ , ସେ ଥିଲେ ଏକା ଧାରାରେ ରାଜନୈତିକ ଯୋଦ୍ଧା, ଖଟିଖିଆ ମେହନତି ଲୋକଙ୍କ ମୁଖପାତ୍ର , ପାକ୍ଷୀକ ଖବର କାଗଜ ଦକ୍ଷିଣବାର୍ତ୍ତାର ସମ୍ପାଦକ , ବହୁ ଯୁବ ଛାତ୍ର ଓ ଶ୍ରମିକ ସଙ୍ଗଠନର ନେତା । ନିଜର ବାଗ୍ମୀତା ବଳରେ ହଜାର ହଜାର ଲୋକଙ୍କୁ ବାନ୍ଧି ରଖିପାରୁଥିବା ସୁଧାଂଶୁ ଭାଇନା ଜଣେ ସୁବକ୍ତା ଥିଲେ । ଜୁନିଅର ଆଇନଜୀବୀଙ୍କର ଏକ ପ୍ରକାର ସାହାରା ଥିଲେ ସୁଧାଂଶୁ ଭାଇନା। ଓକିଲାତିର ପ୍ରାରମ୍ଭରେ ସେ ଦେଇଥିବା ସ୍ନେହ ଓ ସାହାସ କେବେବି ଭୂଲି ପାରିବି ନାହିଁ। ଜଣେ ସୁଲେଖକ ଭାବରେ ସୁଧାଂଶୁ ଭାଇନା ସମାଜର ପ୍ରତିଟି ବର୍ଗର ଲୋକଙ୍କ ପାଇଁ ସବୁବେଳେ ମୃତ୍ୟୁ ପ୍ରର୍ଯ୍ୟନ୍ତ ଲଢେଇ କରି ଆସିଛନ୍ତି । କୋର୍ଟ କାମରେ ମୋଟର ସାଇକେଲ ଟିଏ ଧରି ଅନେକ ଜାଗାକୁ ମିଶିକରି ଯାଇଛୁ । ଟଙ୍କା ପଇସାର ଲୋଭ ନା ତାଙ୍କୁ କେବେ ଥିଲା , ନା ଅଛି । ଲଙ୍ଗଳା ହୋଇ ଜନ୍ମ ହୋଇଥିବା ଏକ ବିରାଟ ବ୍ୟକ୍ତିତ୍ଵ ନିଷ୍ପ ହୋଇ ଆରପାରିକୁ ଚାଲିଗଲେ । ଏହି ଦୁଃଖ ସମୟର ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ଓ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଓଁ ଶାନ୍ତି
