ସାନଖେମୁଣ୍ଡି ୧୪/୧୨/୨୨ :(ରଘୁନାଥ ନାୟକ) ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସାନଖେମୁଣ୍ଡି ଓକିଲ ସଙ୍ଘର ଏକ ବୈଠକ ଉପଦେଷ୍ଟା ଚନ୍ଦ୍ରଧୋଜ୍ଵ ସିଂଙ୍କ ସଭାପତିତ୍ୱ ରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା l ଆୟୋଜିତ ସଭାରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ସମସ୍ତ ଓକିଲ ଉପସ୍ଥିତି ରହି ସଙ୍ଘର ନିୟମ ମାନିବା ପାଇଁ ସଂକଳ୍ପ ନେଇଥିଲେ l
ଆଜିର ଏହି କାର୍ଯ୍ୟକ୍ରମରେ ୨୦୧୮-୨୦୧୯ ର ଜିଜେଏମ ନମ୍ବର ୮୮୧୧ – ୮୭ ଅନୁସାରେ ସାନଖେମୁଣ୍ଡି ଓକିଲ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ସୁରେଶ ଚନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଅରବିନ୍ଦ ନାୟକ ଉପ ସଭାପତି, ମନୋଜ କୁମାର ମହାପାତ୍ର ସମ୍ପାଦକ, ପ୍ରଶାନ୍ତ କୁମାର ଡାକୁଆ କୋଷାଧକ୍ଷ, ପ୍ରଶାନ୍ତ କୁମାର ବରାଡ଼ ସହ ସମ୍ପାଦକ ଭାବେ ଉପସ୍ଥିତ କମିଟି ଦ୍ୱାରା ଚୟନ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ବେହେରା, ସତ୍ୟ ନାରାୟଣ ରଥ, ବିଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, କିଶୋର ଗୌଡ଼, ଶୁକାନ୍ତ କୁମାର ପ୍ରଧାନ, କୋରା ବିଷୋୟୀ, ଯୁଧିଷ୍ଠିର ପାତ୍ର, ବିପିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରିଥିଲେ l

