You are currently viewing କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କୋଦଳା (୦୮/୦୩/୨୦୨୬)
ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି। ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପ୍ରତିପାଦନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଲଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ମହିଳା ଦିବସ। ଅନ୍ତର୍ଜାତୀୟ ମହିଳା ଦିବସରେ ଚଳିତ ବର୍ଷ ଥିମ୍ ରହିଛି ” ସମସ୍ତ ମହିଳା ଏବଂ ଝିଅମାନଙ୍କ ପାଇଁ ଅଧିକାର, ନ୍ୟାୟ, କାର୍ଯ୍ୟାନୁଷ୍ଠନ ”। ଏହାକୁ ନେଇ ଏଠାରେ ଆଲୋଚନା ହୋଇଥିଲା। ଏଥି ସହିତ ମହିଳା ମାନଙ୍କ ପାଇଁ ବିଭିନ୍ନ ଆଇନ୍ ସମ୍ବନ୍ଧରେ ମଧ୍ଯ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଯୋଗଦେଇ ମହିଳା ମାନଙ୍କ ପାଇଁ ପ୍ରଚଳିତ ଆଇନ ବ୍ଯବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଲଷ୍ମୀ ନାରାୟଣ ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ଯକ୍ଷା ରଞ୍ଜୁବାଳା ନନ୍ଦ, ମାଧ୍ଯମିକ ବିଦ୍ଯାଳୟର ଭାରପ୍ରାପ୍ତ ଅଧ୍ଯକ୍ଷ ପଞ୍ଚାନନ ଦାସ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର, ସୁବାସ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପଲେଇ, ଜମିର୍ ଅଲ୍ଲୀ ଖାନ୍, ନୀଳମଣି ପଣ୍ଡା, ସନ୍ଯାସୀ ସାହୁଙ୍କ ସମେତ ବହୁ ଛାତ୍ରୀ ମାନେ ଉପସ୍ଥିତ ଥିଲେ।