You are currently viewing ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଚ୍ ସଫେଇ କାର୍ଯ୍ୟକ୍ରମ
ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଚ୍ ସଫେଇ କାର୍ଯ୍ୟକ୍ରମ

ଗୋପାଳପୁର, ୦୪/୦୩: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସମ୍ପ୍ରଦାୟଙ୍କ ସହଭାଗିତାରେ ବଟେଶ୍ୱର ଠାରେ ଏକ ବିଚ୍ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଟେକ୍ନୋଲୋଜି ଫର୍ ପିପୁଲ୍ ଆଣ୍ଡ ପ୍ଲାନେଟ୍ ବିଷୟବସ୍ତୁ ଉପରେ ଆଧାରିତ ଏ ବର୍ଷର କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ପାଇଁ କମ୍ପାନୀ ତଥା ଗୋଷ୍ଠୀ ସମ୍ପ୍ରଦାୟଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା। ସ୍ଥାନୀୟ ପ୍ରଶାସନର ସହଭାଗିତାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଏହି ବିଚ୍ ସଫେଇ କାର୍ଯ୍ୟକ୍ରମରେ ଭାଗନେଇଥିଲେ। ଏହି ଅବସରରେ ପରିବେଶ ସମ୍ବଧିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ମଧ୍ଯ ଆୟୋଜନ କରାଯାଇଥିଲା।

ଗୋପାଳପୁର ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡାଣ୍ଟ୍ ବିକ୍ରମ ପଲ୍, ସହକାରୀ କମାଣ୍ଡାଣ୍ଟ୍ ଧନଞ୍ଜୟ କୁମାର ମିଶ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରଭାକର ନାୟକ, ପଲ୍ଲିବନ୍ଧା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ ଅନ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ସଚେତନତାର ବାର୍ତା ବାଣ୍ଟିଥିଲେ। ଟାଟା ଷ୍ଟିଲ ଫାଉଣ୍ଡେସନର ଗୋପାଳପୁର ୟୁନିଟ ମୁଖ୍ୟ ରକି ମାର୍ଟିନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।