ବିଷମକଟକ, ତା ୨୨/୧୦ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ,ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୂତନ ବ୍ଳକ ଓ ପଞ୍ଚାୟତ ଗଠନ ପାଇଁ ଯେଉଁ ବିଜ୍ଞାପନ ବାହାର କରିଥିଲେ ସେଥି ମଧ୍ୟରୁ ବିଷମ କଟକ ବ୍ଳକ ମଧ୍ୟ ଭାଗ ହୋଇ ନୂତନ ବ୍ଳକ ଗଠନ ପାଇଁ ପ୍ରସ୍ତାବ ରହିଛି । ବିଷମ କଟକ ବ୍ଳକ ୨୧ ଗୋଟି ପଞ୍ଚାୟତ କୁ ନେଇ ଗଠନ ବେଳେ ଜିଲ୍ଲା ପରିଷଦ ଜୋନ ୦୨ଗୋଟି ଅଛି ।(ଖ )ଜୋନର ପ୍ରାୟ ୧୧ ଗୋଟି ପଞ୍ଚାୟତ ତଥା ସାହାଡ଼ା,ଡୁମୂନେଲୀ,ଦୁର୍ଗୀ, କଣାବାଇ, ବି ପଡ଼ା, କୁମାର ଧାମୁଣୀ,ତୁଆପାଡ଼ି, ହଜାରିଡାଙ୍ଗୁ,ରାସକୋଲା ଗ୍ରାମ ପଞ୍ଚାୟତ ଅଛି। ଆଜି କୁମ୍ଭାର ଧାମୁଣୀ ର ସ୍ଵେଚ୍ଛାସେବୀ ଶ୍ରୀ ସୁଶାନ୍ତ ତୁଇକା।, ସରପଞ୍ଚ କେଶବ କୁମ୍ବୁରିକା ପୂର୍ବତନ ସରପଞ୍ଚ ସମିତି ସଭ୍ୟ ଓ ବହୁ ଭଦ୍ର ବ୍ୟକ୍ତି ଏକ ଜୁଟ ହୋଇ ବିଷମ କଟକ ର ଅଧିଷ୍ଠିତ ଦେବୀ ମାଁ ମାର୍କମା ଠାରେ ପୂଜା ଅର୍ଚ୍ଚନା କରି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ ।ସେହିପରି ତହସିଲଦାର ଙ୍କୁ ମଧ୍ୟ ଭେଟି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଭୁଗୋଲିକୋ ଦୁଷ୍ଟି ରୁ କୁମ୍ଭାର ଧାମୁଣୀ ଠାରେ ନୂତନ ବ୍ଳକ ଗଠନ ହେଲେ ସମସ୍ତ ପଞ୍ଚାୟତକୁ ଯୋଗାଯୋଗ ଓ ଗମନା ଗମନ ପାଇଁ ସୁବିଧା ହେବ ବୋଲି ସୂଚନା ଦେଇ କହିଥିଲୋ
