ଆସିକା,(ଶକ୍ତି ପ୍ରସାଦ କର )୨୮/୮ – ପାଖରେ ଅଛି ପାହାଡ । ପୋଖରୀରେ ଭର୍ତି ପାଣି । ହେଲେ ଏହାକୁ ଭୃକ୍ଷେପ ନକରି ବିଦ୍ୟାଳୟ ପାଠପଢା ସମୟରେ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ସ୍ଥାନକୁ ଶୈାଚ ହେବା ପାଇଁ ବାହାରକୁ ଯାଉଛନ୍ତି । ଏକଥା ନା ଶିକ୍ଷକ ଜାଣୁଛନ୍ତି ନା ବିଦ୍ୟାଳୟ କର୍ତୃପକ୍ଷ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ବ୍ଲକ ସିଦ୍ଧନଇ ଗ୍ରାମପଚାଂୟତ ଉଚ୍ଚ ବିଦ୍ୟାଳୟରେ । ଏହି ସମୟରେ ପିଲା ମାନେ ଶିକ୍ଷକଙ୍କୁ ନ କହି ବାହାରକୁ ଶୈାଚ ହେବା ପାଇଁ ଯାଉଛନ୍ତି । ବିଦ୍ୟାଳୟରେ ଶୈାଚାଳୟ ବ୍ୟବସ୍ଥା ନଥିବାରୁ ରିତୀମତ ପିଲା ମାନେ ଏଭଳି ମନ ଇଚ୍ଚା ବାହାରକୁ ଚାଲି ଯାଉଥିବା ଅଭିଯୋଗ ହେଉଛି । ବର୍ତମାନ ସ୍କୁଲରେ ରୁପାନ୍ତରୀକରଣ କାମ ଚାଲିଥିବା ବେଳେ ସ୍କୁଲ ପରିସରରେ ଏବେ ବହୁ ସାମଗ୍ରୀ, ବିଭିନ୍ନ ନିର୍ମାଣ ସାମଗ୍ରୀ, ବାଲି ଗୋଡି ମାଟି ଆଉ ପୁରୁଣା ସାମଗ୍ରୀ ବିକ୍ଷିପ୍ତ ହୋଇ ପଡିଛି । କିଏ କୁଆଡେ ଗଲା କିଛି ଜଣାପଡୁନି । ଏହି ସମୟରେ ଛାତ୍ରଛାତ୍ରୀ ମଧ୍ୟ କିଏ ଯାଏ ଆଉ କିଏ ଆସେ ସେ ମଧ୍ୟ ଜଣାପଡେ ନାହିଁ ।

କିଏ ପାଠ ପଢୁଛି ଆଉ କିଏ ପଢୁ ନାହିଁ ତାକୁ ମଧ୍ୟ ତାଦରଖ ହେଉ ନଥିବା ଦେଖାଦେଇଛି । ଫଳରେ ସ୍କୁଲ ପିଲା ମାନେ ମନ ଇଛା ଶିକ୍ଷକଙ୍କ ବିନା ଅନୁମତିରେ ନିକଟ ଶୈାଚାଳୟକୁ ଯାଇଥାନ୍ତି ଓ ଆସିଥାନ୍ତି । ବିଦ୍ୟାଳୟର କିଛି ଦୂରରେ ପାହାଡ ଓ ପୋଖରୀ ରହିଥିବା ବେଳେ କେତେବେଳେ ବିପଦ ଘନେଇବ ସେକଥା କହି ହେବ ନାହିଁ । ଏହାକୁ ବିଦ୍ୟାଳୟ କର୍ତୃପକ୍ଷ ଜମାରୁ ହେୟ କରୁନାହାଁନ୍ତି । ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଅବହେଳାକୁ ନେଇ ମଧ୍ୟ ଆସିକା ବିଇଓଙ୍କ ଠାରେ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ବହୁ ସମୟରେ ବହୁ ବିଦ୍ୟାଲୟରେ ଶୈାଚାଳୟ ନଥିବାରୁ ପିଲା ମାନେ ବାହାରକୁ ଯାଇ କିଏ ପାଣିରେ ବୁଡି ମରିଲେଣିତ ଆଉ କିଏ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଶିକ୍ଷକଙ୍କ ଅବହେଳାକୁ ନେଇ ବହୁ ସମୟରେ ଅଭିଯୋଗ ମାନ ବି ହେଉଛି । ଏସବୁକୁ ଶିକ୍ଷକ ମାନେ ଧ୍ୟାନ ଦେଉନଥିବା ଏବେ ପରିତାପର ବିଷୟ ହୋଇଛି ।
