You are currently viewing ବେଗୁନିଆପଡା ବ୍ଲକରେ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ।
ବେଗୁନିଆପଡା ବ୍ଲକରେ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକରେ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ତା- 1/4/2023 ରିଖ ଠାରୁ ତା 30/9/23 ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା। ମୋଟ 1528 ଟି ପ୍ରକଳ୍ପ କାର୍ଯ୍ୟ କାରି ହୋଇଥିବା ବେଳେ ଏଥି ପାଇଁ 2653.64 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ପ୍ରକଳ୍ପରେ 11, 0, 4958 ଶ୍ରମ ଦିବସ ଶୃଷ୍ଟି କରାଯାଇଛି। ଏଥି ମଧ୍ୟରୁ 2156 ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆ ଯାଇଛି। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ରେକର୍ଡ ପତ୍ର ଓ ଫାଇଲ ସଠିକ ସମୟରେ କରୁନଥିବା ଓ ସମୀକ୍ଷକ ଙ୍କୁ ପ୍ରଦାନ କରୁନଥିବା ନେଇ ଅଭିଯୋଗ ହୋଇଥିଲା, ଏକ ସପ୍ତାହ ମଧ୍ୟରେ ସମସ୍ତ ରେକର୍ଡ ପତ୍ର ପ୍ରସ୍ତୁତ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ବିଡ଼ିଓ ଙ୍କୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ରାଜ ବିଭାଗ, ଉଦ୍ୟାନ ବିଭାଗ,ଜଙ୍ଗଲ ବିଭାଗର ଜନ ଶୁଣାଣୀ କରାଯାଇଥିଲା। ଏଥିରେ ଉପଜିଲାପାଳ ଦେବଦତ୍ତ ମହନ୍ତ , ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ , ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ ,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ,ବ୍ଲକ ସାମାଜିକ ସମୀକ୍ଷକ, ଏ ପି ଓ ରଞ୍ଜନ କୁମାର ନାହାକ ଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ ,ସରପଞ୍ଚ,ସମିତିସଭ୍ୟ,କନିଷ୍ଠ ଯନ୍ତ୍ରୀ ,ପିଇଓ,ଜିଆରଏସ, ଗାଁ ସାଥି ଓ ଭି ଆର ପି ମାନେ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।