You are currently viewing ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ,ସାନ ଆର୍ଯ୍ୟପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।
ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ,ସାନ ଆର୍ଯ୍ୟପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର, ୧୮/୦୧ -:- ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସଚେତନତା ଆଣିବା ଲକ୍ଷ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଉପକଣ୍ଠ ସ୍ଥାନୀୟ ଆର୍ଯ୍ୟପଲ୍ଲୀ ପଞ୍ଚାୟତସ୍ଥିତ ସାନ ଆର୍ଯ୍ୟପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଙ୍ଗଣରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ବିଜୟ କୁମାର ପଣ୍ଡା, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଗଞ୍ଜାମ ଏହି ସ୍ବାସ୍ଥ୍ୟ ଶିବିରକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ଶ୍ରୀ ସନ୍ଦୀପ ଜେଶ୍ଵାଲ, ବିଜନେସ ମୁଖ୍ୟ, ଗୋପାଳପୁର ବନ୍ଦର, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବହୁ ଗନମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଦାନୀ ଗୃପର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସାରା ଭାରତ ବର୍ଷରେ ଆଦାନୀ ଫାଉଣ୍ଡେସନ ଦ୍ବାରା ପରିଚାଳିତ କରାଯାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିଜୟ କୁମାର ପଣ୍ଡା, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଗଞ୍ଜାମ କହିଥିଲେ ଯେ ଆଜି ଆଦାନୀ ଫାଉଣ୍ଡେସନ ଏହାର ପ୍ରଥମ ସ୍ୱାସ୍ଥ୍ୟ ଶିବିର ଆରମ୍ଭ କରିଛି ଏଥିପାଇଁ ମୁଁ ସାଧୁବାଦ ଜଣାଉଛି | ଏହି ପ୍ରୟାସ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ ସେମାନେ ଦୃଢ ପ୍ରତିଶୃତିବଦ୍ଧ ବୋଲି ଅନୁଭବ କରୁଛି | ଗ୍ରାମାଞ୍ଚଳରେ ବସବାସ କରୁଥିବା ଆମ ଲୋକମାନଙ୍କ ଅନନ୍ୟ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହିପରି ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଆଶାକରୁଛି ଆଗାମୀ ଦିନରେ ଆଦାନୀ ଫାଉଣ୍ଡେସନ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିବା ସହ ଗୁଣାତ୍ମକମାନର ଔଷଧ ଯୋଗାଇବା ପ୍ରତି ଧ୍ୟାନ ଦେବ |.


ଶ୍ରୀ ସନ୍ଦୀପ ଜେଶ୍ଵାଲ, ବିଜନେସ ମୁଖ୍ୟ, ଗୋପାଳପୁର ବନ୍ଦର, କହିଥିଲେ ଯେ, ଆମେ ବିଶ୍ବାସ କରୁ ଯେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆମ ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଏକ ମୌଳିକ ଆବଶ୍ୟକ ଅଟେ | ସୁସ୍ଥ ସମାଜ ଏବଂ ସୁସ୍ଥ ଜୀବନଶୈଳୀ ଉପଲବ୍ଧ କରାଇବା ପାଇଁ ଆମେ ସର୍ବଦା ପ୍ରତିସୂତିବଦ୍ଧ। ଏହି ସ୍ୱାସ୍ଥ୍ୟ ଶିବିର ଏକ ଛୋଟ ପଦକ୍ଷେପ | ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଏହି ଶିବିରର ଲାଭ ଉଠାନ୍ତୁ ଏବଂ ଅଧିକରୁ ଅଧିକ ଲୋକ ଯେଉଁମାନେ ଏହାକୁ ଅଧିକ ଆବଶ୍ୟକ କରନ୍ତି ସେମାନେ ଏହି ଶିବିର କୁ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଏହି ଶିବିରରେ ବିଶିଷ୍ଟ ଚିକିତ୍ସକ ମାନଙ୍କ ଦ୍ବାରା ସ୍ୱାସ୍ଥ୍ୟ ପରୀକ୍ଷା ସହ ରୋଗୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କୀୟ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ବଡ ମେଡିକାଲ୍ କଲେଜର ଅଭିଜ୍ଞତା ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ ଏହି ସ୍ୱାସ୍ଥ୍ୟସେବା ଶିବିରରେ ଯୋଗଦେଇ ଗ୍ରାମବାସୀଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ମଧୁମେୟ, ଅସ୍ତି ପରୀକ୍ଷଣ, ରକ୍ତଚାପ, ନମୁନା, ପରିକ୍ଷଣ, ଓଜନ ତଥା ଉଚ୍ଚତା ମାପ ଆଦି କରାଯାଇଥିଲା । ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି କରାଯିବା ସଙ୍ଗେ ସଙ୍ଗେ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୪୦୦ ରୁ ଉର୍ଦ୍ଧ ଶିଶୁ, ମହିଳା ଓ ବୃଦ୍ଧ ସ୍ୱାସ୍ଥ୍ୟବସ୍ତାର ପରୀକ୍ଷଣ କରିବା ସହ ଡାକ୍ତରଙ୍କ ସହ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପରାମର୍ଶ କରିଥିଲେ। ସ୍ଥାନୀୟ ଗ୍ରାମବାସୀ କିପରି ଏହି ସ୍ବାସ୍ଥ୍ୟ ଶିବିରରୁ ଉପକୃତ ହୋଇପାରିବେ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡାକବାଜି ଜନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ହିତାଧିକାରୀମାନେ ସେମାନଙ୍କ ଘର ନିକଟରେ ଏଭଳି ଏକ ବ୍ୟାପକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବାରୁ ଆଦାନୀ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି। ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ବେହେରା ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଆଦାନୀ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ। ବନ୍ଦରର ବହୁ କର୍ମଚାରୀ ସ୍ବେଛାକୃତ ଭାବେ ଯୋଗ ଦେଇ ଏହି ଶିବିରର ସଫଳ ପରିଚାଳନା କରିଥିଲେ ।