You are currently viewing ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର) ମହାସଂଘର ଆନ୍ଦୋଳନ ଡାକରା
ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର) ମହାସଂଘର ଆନ୍ଦୋଳନ ଡାକରା

ଆସନ୍ତା ତା 31/07/23 ରିଖ ଓ ତା 01/08/23 ରିଖ ଦୁଇଦିନ ରାଜ୍ୟ ମହାସଂଘ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ଡାକରା ଦେଇଛି l ଏହି ଆନ୍ଦୋଳନରେ 22000 ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିବେ ବୋଲି ସୂଚନା ରହିଛି l ସୁନ୍ଦରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଙ୍ଘ ଜିଲ୍ଲା କର୍ମକର୍ତ୍ତା ଶ୍ରୀ ଦେବ କୁମାର ବର୍ମା ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟ ସରକାର ସବୁବେଳେ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ସମସ୍ୟା ସମାଧାନ ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି l ବାରମ୍ବାର ସରକାରଙ୍କୁ ଗୁହାରି କରିବା ପରେ ମଧ୍ୟ ଶିକ୍ଷକଙ୍କ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନେଉନାହାନ୍ତି l ସରକାର ଗଣଶିକ୍ଷକଙ୍କୁ ନିୟମିତ କଲାପରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଡେପୁଟେସନ କରି ଏକ୍ସ କ୍ୟାଡର ଭୁକ୍ତ କରିଛନ୍ତି ଯାହାକୁ ଏକ୍ସ କ୍ୟାଡର ମହାସଂଘ ବିରୋଧ କରିବା ସହିତ ଡେପୁଟେସନ ବାତିଲ କରି କ୍ୟାଡର ଭୁକ୍ତ କରିବାକୁ ଦାବୀ କରିଛି l ପ୍ରାୟତଃ 4000 ରୁ ଉର୍ଦ୍ଧ ଗଣଶିକ୍ଷକ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ନିୟମିତ ପ୍ରକ୍ରିୟାରୁ ବଞ୍ଚିତ କରାଯାଇଛି ତେଣୁ କାଳ ବିଳମ୍ବ ନକରି ସେମାନଙ୍କୁ ଯଥାଶୀଘ୍ର ନିୟମିତ କରିବାକୁ ସଙ୍ଘ ଦାବୀ କରିଛି l ତା 31/03/2020 ତାରିଖରୁ ଅନେକ ଶିକ୍ଷକଙ୍କ ଇନକ୍ରିମେଣ୍ଟ କରାଯାଇନାହିଁ ତେଣୁ ମୋଡାଲିଟିରେ ଥିବା 2(b) point କୁ ତୁରନ୍ତ ପ୍ରତ୍ୟାହାର କରାଯାଇ ସମସ୍ତଙ୍କୁ ଇନକ୍ରିମେଣ୍ଟ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମାଧାନ କରିବାକୁ ସଙ୍ଘ ଦାବୀ କରିଛି l ଯଦି ଆସନ୍ତା ତା 30/07/2023 ରିଖ ସୁଦ୍ଧା ସରକାର ଉକ୍ତ ସମସ୍ୟା ଗୁଡିକ ସମାଧାନ ନକରନ୍ତି ତେବେ ଆସନ୍ତା ତା 31/07/23 ରିଖରୁ ଦାବୀ ପୂରଣ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ ଆନ୍ଦୋଳନ ଜାରି ରଖିବ ବୋଲି ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ଗଣ ମାଧ୍ୟମ ସହ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ଆଇଯେବି ନିୟୁଜ ରଶ୍ମିତା ମୁନି