You are currently viewing ମୋ ଜଙ୍ଗଲ ଓ ଜମି ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର
ମୋ ଜଙ୍ଗଲ ଓ ଜମି ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଖଲ୍ଲିକୋଟ : 9/2 ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକ ପରିସର ରେ ଥିବା ସଭା ଗୃହ ରେ ମୋ ଜଙ୍ଗଲ ଓ ଜମି ସମ୍ବନ୍ଧୀୟ ଏକ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଆୟୋଜିତ ପ୍ରଶିକ୍ଷଣ ଶିବିର ରେ ବ୍ୟକ୍ତିଗତ ଜଙ୍ଗଲ ଓ ଗୋଷ୍ଟି ଜଙ୍ଗଲ ଅଧିକାର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା |ଉକ୍ତ ପ୍ରଶିକ୍ଷଣ ଶିବିର ରେ ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ କେ ନାଗେଶ ଓ ଖଲ୍ଲିକୋଟ ତହସିଲ ର ସମସ୍ତ ରାଜସ୍ବ ନିରୀକ୍ଷକ, ଅମିନ ଓ ଜଙ୍ଗଲ ଅଧିକାରୀ ଙ୍କ ସମେତ ସହଯୋଗୀ ସ୍ବେଛାସେବୀ ସଂଗଠନ ଏଫ ଇ ଏସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | (ମାଧବ ବେହେରା ଖଲ୍ଲିକୋଟ)