You are currently viewing ସହକାରୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ସହକାରୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସାନଖେମୁଣ୍ଡି ୨୫/୬( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଶରତ କୁମାର ସାହୁ ଇତି ମଧ୍ୟରେ ଅବସର ଗ୍ରହଣକରିଛନ୍ତିସାନଖେମୁଣ୍ଡି ବ୍ଲକରେ ଦୀର୍ଘ ୧୩ ବର୍ଷର କର୍ମମୟ ଜୀବନରେ ନିଜର ସରଳ ସ୍ଵଭାବ , ନିରବଚ୍ଛିନ୍ନ କର୍ମ ତତ୍ପରତା ଏବଂ ବିଭାଗୀୟ କାର୍ଯ୍ୟ ଦକ୍ଷତା କାରଣରୁ ବ୍ଲକ ସ୍ତରୀୟ ଅଧିକାରୀ ,ଜନପ୍ରତିନିଧି ଏବଂ ବିଭାଗୀୟ କର୍ମଚାରୀଙ୍କ ସହ ସ୍ବାବଲମ୍ବୀ କାରିଗରଙ୍କ ଗହଣରେ ପ୍ରିୟପାତ୍ର ହୋଇପାରିଥିଲେ ।

ଏହି ଅବସରରେ ଆଜି ସାନଖେମୁଣ୍ଡି ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ ଶ୍ରୀ ସାହୁଙ୍କଅବସରକାଳୀନସମ୍ବର୍ଦ୍ଧନା ନେଇ ଏକ ସ୍ବତନ୍ତ୍ର ବୈଠକ ସଭାପତି ଅରକ୍ଷିତ ବାରିକଙ୍କ ପୌରହିତ୍ୟରେ ସ୍ଥାନୀୟ ଶ୍ରୀ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ଶ୍ରୀ ସାହୁଙ୍କୁ ସ୍ବତନ୍ତ୍ର ଭାବେ ଉପଢ଼ୌକନ , ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ ବ୍ଲକ ସେକ୍ସନ ଅଧିକାରୀ ମାଗାତା ବେହେରା ଯୋଗଦେଇ ଅବସର ଗ୍ରହଣ କରିଥିବା ସହକାରୀ ଯନ୍ତ୍ରୀଙ୍କ କର୍ମମୟ ଜୀବନର କ୍ରିୟାଶୀଳ ଭବଧାରା କୁ ନେଇ ନିଜର ବକ୍ତବ୍ୟ ରଖିଥିଲେ ଏବଂ ବ୍ଲକ ର ସିପି ପ୍ରଦୀପ କୁମାର ମହାନ୍ତି,ଯନ୍ତ୍ରୀ ମନୋଜ କୁମାର ବେହେରା ପିଇଓ ରାମପ୍ରସାଦ ପୃଷ୍ଟି ଙ୍କ ସମେତ କର୍ମଚାରୀ ସମସ୍ତ ସ୍ୱାବଲମ୍ବୀ କା ରିଗର ଉପସ୍ଥିତ ରହି ତାଙ୍କ ଶୁଭ ଅବସର ଜୀବନର କାମନା କରିଥିଲେ ।