କୋଦଳା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ର କୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ବାରା ନୂତନ ଭାବେ ଦିଆ ଯାଉଥିବା ସିଏସପି ପ୍ଲସ କୁ ମୋ ସେବା କେନ୍ଦ୍ର କୁ ପ୍ରଦାନ କରିବା ସମ୍ବନ୍ଧିୟ ଦାବିପତ୍ର ଶନିବାର ବେଗୁନିଆପଡା ବିଡ଼ିଓ ଏବଂ କୋଦଳା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ମୋ ସେବା କେନ୍ଦ୍ର ଖୋଲିବା ସମୟରେ ଯେଉଁ ପ୍ରତିଶ୍ରୃତି ଦିଆଯାଇଥିଲା ତାହା ପାଳନ ନ କରାଯାଇ ଅବହେଳା କରାଯାଉଛି। ସରକାର ଗ୍ରାମାଞ୍ଚଳ ଶିକ୍ଷିତ ଯୁବକ ମାନଙ୍କୁ ରୋଜଗାର କ୍ଷମ କରିବା ଲକ୍ଷରେ ମୋ ସେବା କେନ୍ଦ୍ର ପ୍ରତି ପଞ୍ଚାୟତ ଖୋଲାଯାଇଥିଲା। ବିଗତ ୩ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ହେଲା ନିଯୁକ୍ତ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ବିନା କୌଣସି ସରକାର ଆର୍ଥିକ ସହାୟତାରେ କରିଆସୁଛନ୍ତି । ଆରମ୍ଭ ବେଳେ ଦିଆଯାଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ପୁରଣ ହୋଇନାହିଁ । ପ୍ରତି ପଞ୍ଚାୟତରେ ମୋ ସେବା କୁ କେନ୍ଦ୍ର ପାଇଁ ଏକ ଘର ପ୍ରଦାନ କରିବା ସହ ସୁରୁଖୁରୁରେ କିଭଳି ଚାଲିବ ସେ ଉପରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ ଓ ବିଡ଼ିଓ ମାନଙ୍କୁ ୨୯/୦୬/୨୦୨୨ ରେ ଚିଠି କରାଯାଇଥିଲା ଯାହାକି ଏ ଯାଏଁ କାର୍ଯ୍ୟକାରୀ ହୋଇ ପାରିଲାନି।5 ଟି ଅନ୍ତଭୁକ୍ତ ଇ- ସେବା ହୋଇଥିବାରୁ ଏହା ଉପରେ କିଭଳି ସୁଚାରୁରୂପେ ସମସ୍ତ ସରକାରୀ କାର୍ଯ୍ୟ ସଂଯୋଗ ହୋଇପାରିବ ଦୃଷ୍ଟି ଗୋଚର କରିବାକୁ ଦାବି ହୋଇଛି। ବ୍ଲକ ସଭାପତି ସନ୍ତୋଷ କୁମାର ପୋଲାଇ, ସମ୍ପାଦକ ନିଳାଞ୍ଚଳ ସାହୁ, କୋଷାଧ୍ୟକ୍ଷ ଗୁଲସନ୍ କୁମାର କରଙ୍କ ସମେତ ଅନ୍ୟ ସମସ୍ତ ବ୍ଲକ ପରିଚାଳକ ମାନେ ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
