ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଏସ ଛଚିନା ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ରଞ୍ଜନ ବିଶ୍ୱାଳ ,ଏ ବି ଡି ଓ ନିରଞ୍ଜନ ବେହେରା, ଜି ଡି ପି ଓ ସୁଧୀର ପ୍ରଧାନ ବେଗୁନିଆପଡା ଥାନା ଏସ ଆଇ ଜଗଦିଶ ପଣ୍ଡା ,,ସରପଞ୍ଚ ଗୀତାଞ୍ଜଳି ସେଠି ,କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଜେନା ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା , କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେର ,ଯୋଗାଣ ଅଧିକାରୀ ବାଦଲ ବେହେରା ,କୃଷି ଅଧିକାରୀ ରାମଲାଲ ସାମଦ ,ବି ପି ସି ଚନ୍ଦ୍ର ଶେଖର ବେହେରା, ବି ଏଲ ସି ଦେବରାଜ ବେହେରା, ଏ ପି ଓ ରଞ୍ଜନ କୁମାର ନାହାକ , ଵି ପି ସି ବୃନ୍ଦାବନ ସାହୁ, ପି ଇ ଓ କୃଷ୍ଣ ଚନ୍ଦ୍ର ମଲ୍ଲିକ ଏ ଡି ଇ ଓ ସୁବାଷ ଶବର ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସମୁଦାୟ 27 ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ପେନସନ 5 ଟି, ରାସନ କାର୍ଡ 17 ଟି, ଅନ୍ୟାନ୍ୟ 3, କୋଠା ବାଡ଼ି 2 , ସମ୍ପର୍କ ରେ ଅଭିଯୋଗ ହୋଇଥିଲା ।
