ପୁରୁଷୋତ୍ତମପୁର ଏନଏସି ସ୍ଥିତ ଋଷିକୁଲ୍ୟା ଢ଼ାବା ସାମ୍ନାରେ ହୋଇଥିବା 14 ଗୋଟି ଦୋକାନ ଘର 14 ଜଣ କାଉନ ସିଲର ଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଚର୍ଚ୍ଚା ଯୋର ଧରିଛି!| ତାର କାରଣ 14 କାଉନ ସିଲର ଥିବା ବେଳେ ରୁମ ସଂଖ୍ୟା 14 ଅଟେ | କିନ୍ତୁ ଚର୍ଚ୍ଚା ଯାହା ହେଉନା କାହିଁକି ସେମାନେ ମଧ୍ୟ ଅର୍ଥ ଖର୍ଚ୍ଚାନ୍ତ କରି କାଉନ ସିଲର ହୋଇ କିଛି ପାଇନାହାନ୍ତି | ଯଦି ପ୍ରଶାସନ ସେମାନଂକୁ ଘର ଦିଏ ତେବେ ତାହା ସ୍ୱାଗତ ଯୋଗ୍ୟ ହେବ ଓ ଏକ ଇତିହାସ ସୃଷ୍ଟି କରିବ | ତେଣୁ ସେମାନେ ପାଇବା ହକିଦାର | ତେବେ ଖଟି ମାନଙ୍କରେ ଯେଉଁ ଚର୍ଚ୍ଚା ହେଉଛି ତାହା ଯଦି ସତ୍ୟ ହେବ ତେବେ ଭଲ ହେବ | କାରଣ ସେମାନେ କିମ୍ବା ତାଙ୍କ ପରିବାର ଅନ୍ତତଃ ରୋଜଗାର ର ମାଧ୍ୟମ ପାଇପାରିବେ | ଏମାନଙ୍କ କାର୍ଯ୍ୟ କାଳ ସରିଗଲା ପରେ କଣ ହେବ ତାଙ୍କର ଅବସ୍ଥା, ତେଣୁ ସେମାନେ ଯଦି ଏହି ଦୋକାନ ଘର ପାଉଛନ୍ତି ତେବେ ଉତ୍ତମ ହେବ | କିନ୍ତୁ ଏଠାରେ ଆଉଗୋଟିଏ କଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବୁଝିବା କଥା କି ସାଧାରଣ ଗରିବ ଙ୍କ ପାଇଁ ମଧ୍ୟ କିଛି କରିବା ଦରକାର | ଏବଂ ଯେଉଁମାନେ ଉଠା ଦୋକାନ କରି ଜୀବିକା ନିର୍ବାହ କରୁଥିଲେ, ରାସ୍ତା ସମ୍ପ୍ରସାରଣ ବେଳେ ବହୁ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ବହୁ ଅବ୍ୟବସ୍ଥାରେ ଦିନ କାଟୁଛନ୍ତି ତାଙ୍କ ପାଇଁ ଅନ୍ତତଃ ଟିକେ ଚିନ୍ତା କରିବା କଥା, ସହର ର ଏପରି ଏକ ସ୍ଥାନ ଚିହ୍ନଟ କରି କିଛି ଦୋକାନ ଘର କରି ଏହି ମାନଙ୍କୁ ଆବଣ୍ଟନ କଲେ ଭଲ ହେବ ବୋଲି ମଧ୍ୟ ଏହି ଗୁଜବ ଚର୍ଚ୍ଚା ପରେ ସେମାନେ ଆମକୁ କହିଛନ୍ତି |

ଏପଟେ ଏହି ଦୋକାନ ଘର କାଉନ ସିଲର ଙ୍କୁ ଆବଣ୍ଟନ ଚର୍ଚ୍ଚା ଉପରେ ନୁଆଁ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନାଙ୍କୁ ପଚାରିବାରୁ ସେ ଗରିବ ଅସହାୟ ବ୍ୟକ୍ତି ବିଶେଷ ଙ୍କୁ ଏହିଘର ଦିଆଯିବ ବୋଲି କହିଛନ୍ତି | କିଛି କାଉନ ସିଲର ଙ୍କ ମତ ଯଦି 14 ଜଣ କାଉନ ସିଲର ଙ୍କୁ ଏହି ଦୋକାନ ଘର ଆବଣ୍ଟନ ହେବ ତେବେ ତାହା ସ୍ୱାଗତ ଯୋଗ୍ୟ ଏବଂ ଏକ ସ୍ଵର୍ଣ ଅକ୍ଷର ରେ ରହିବ ବୋଲି କହିଛନ୍ତି | ତେବେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ଅଧକ୍ଷା ପ୍ରିୟଙ୍କା ଗୌଡ଼ ଙ୍କ ଯେଉଁ ଦୁରଦୃଷ୍ଟି ରଖି ଏହି ଘର କରିଥିଲେ ତାହା ସ୍ୱାଗତ ଯୋଗ୍ୟ ଅଟେ |

ତେବେ ତାଙ୍କର ବଦଳି ପରେ ଏହି ଗୁଜବ ଓ ବିଭିର୍ଣ୍ଣ ଖଟି ରେ ଚର୍ଚ୍ଚା ହେଉ ଥିବାର ଶୁଣିବାକୁ ମିଳୁଛି | ତେବେ ଯୁଦ୍ଧ କାଳୀନ ଭିତିରେ ବର୍ତମାନ ତାରକାର୍ଯ୍ୟ ସମ୍ପୂର୍ଣ କରାଯାଉଛି, ତେବେ ସେହିଘର କାଉନ ସିଲର ମାନଙ୍କୁ ନା ସାଧାରଣ ଲୋକଙ୍କୁ ମିଳିବ ତାହାହିଁ ଦେଖିବାକୁ ବାକି ରହିଛି | ରିପୋର୍ଟ ପ୍ରସନ୍ନ କୁମାର ଦାସ
