ଆଜି ବିଶ୍ବ ଶ୍ରମ ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି କୋଦଳା ୟୁଥ୍ ଫୋରମ୍ ।ଆଜି ଅପରାହ୍ନ ୪ ଘଣ୍ଟା ସମୟରେ କୋଦଳା ୟୁଥ୍ ଫୋରମ୍ ପକ୍ଷରୁ ଏକ ଟିମ୍ ଏନଏସି ସ୍ଥିତ MCC ପ୍ଲାଣ୍ଟ ଠାରେ ପହଞ୍ଚି ଏଠାରେ କାର୍ଯ୍ଯ କରୁଥିବା ସମସ୍ତ ସ୍ବଚ୍ଛ ସାଥି, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦେଇ କେକ୍ କାଟି ଶ୍ରମ ଦିବସ ପାଳନ କରାଯାଇଛି। କୋଦଳା ୟୁଥ୍ ଫୋରମ୍ ର ସଭାପତି ରଞ୍ଜୀତା ସାହୁଙ୍କ ନେତୃତ୍ବରେ ୭୦ ରୁ ଉର୍ଦ୍ଧ୍ବ ସଦସ୍ୟ ଏଥିରେ ଯୋଗଦେଇ ୬୬ ଜଣ ସ୍ବଚ୍ଛ ସାଥି, ସଫେଇ କର୍ମଚାରୀଙ୍କୁ ଉପଢୌକନ ପ୍ରଦାନ କରିବା ସହ ସେମାନଙ୍କୁ କେକ୍, ମିଠା ଖୁଆଇ ଖୁସି ମନାଇଥିଲେ। ଏନ୍ଏସି ର ସ୍ବଚ୍ଛତା ପାଇଁ ଏହି କର୍ମଚାରୀଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ୟୁଥ୍ ଫୋରମ୍ ସଭାପତି ରଞ୍ଜୀତା ସାହୁ ।ଗଞ୍ଜାମ ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
