କୋଦଳା (୧୪/୧୧/୨୦୨୩)
ଏନଏସି ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ। ନିର୍ବାହୀ ଅଧିକାରୀ ନଥିବା ବେଳେ ଅଫିସ ଭିତରକୁ ଯାଇ ବସି ପଡିଥିଲେ ଅଭିଯୋଗକାରୀ। ଆଉ ଏହା ପରେ ଯେତେବେଳେ ନିର୍ବାହୀ ଅଧିକାରୀ ଆସିଲେ ସିଧା ସଳଖ ଅଭିଯୋଗକାରୀକଂ ଉପରେ ଦାଉ ସାଧିଲେ। ହୁ ଆର୍ ୟୁ, ମୋ ବିନା ଅନୁମତିରେ ମୋ ଅଫିସ ଭିତରେ ପଶିଲ କାହିଁକି। ଏଭଳି କହି ଗେଟ୍ ଆଉଟ କହିଲେ ନିର୍ବାହୀ ଅଧିକାରୀ। ଆଉ ଏହାପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଉକ୍ତ ଏନଏସିର ବିଜେପି ନଗର ସଭାପତି ତଥା ଖଲ୍ଲିକୋଟ ଏନଏସି ର ପୂର୍ବତନ ଅଧ୍ଯକ୍ଷ ଶଂକର ପ୍ରସାଦ ନାହାକ ଏନଏସି ରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗ ନେଇ ନିର୍ବାହୀ ଅଧିକାରୀଙ୍କ ନିକଟକୁ ଯାଇଥିବା ବେଳେ ନିର୍ବାହୀ ଅଧିକାରୀ ଜଣେ ପୂର୍ବତନ ଜନପ୍ରତିନିଧିଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ ହୋଇଛି। ଆଉ ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ସେପଟେ ଏନେଇ ବିଜେପି ନେତା ଓ କର୍ମୀମାନେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ଏହାର ପ୍ରତିବାଦ କରିଛନ୍ତି। ଦୁର୍ନୀତି ଲୁଚାଇବାକୁ ଯାଇ ସରକାରୀ ଅଧିକାରି ଏଭଳି ଅଶୋଭନୀୟ ଆଚରଣ କରିବାକୁ ପଛାଉ ନଥିବା ଚର୍ଚ୍ଚା ହୋଇଥିଲା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିର୍ବାହୀ ଅଧିକାରୀ
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
