You are currently viewing ବି ଏନ ପୁର ରେ କଂଗ୍ରେସ ର ସାଙ୍ଗଠନିକ ବୈଠକ |
ବି ଏନ ପୁର ରେ କଂଗ୍ରେସ ର ସାଙ୍ଗଠନିକ ବୈଠକ |

ଖଲ୍ଲିକୋଟ ; 12/2 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର ପଂଚାୟତ ରେ ଖଲ୍ଲିକୋଟ ବ୍ଲକ କଂଗ୍ରେସ କମିଟି ତରଫରୁ ଏକ ପଂଚାୟତ ସ୍ତରୀୟ ବୈଠକ ବ୍ଲକ ସଭାପତି ମେଘନାଦ ଦଳାଇ ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ବୈଠକ ରେ ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳ ର ପୁରୁଖା ନେତା ଓ କର୍ମୀ ମାନଙ୍କୁ ପୁନଃ ଜାଗରଣ କଂଗ୍ରେସ ମୁଖ୍ୟ ସ୍ରୋତ କୁ ଫେରାଇ ଆଣି ରାଜ୍ୟ ଓ ଭରତ ବର୍ଷ ରେ କଂଗ୍ରେସ ର ଡବଲ ଇଂଜିନ ସରକାର ଗଠନ କରି ଦେଶରେ ଏକ ବେକାରୀ ମୁକ୍ତ ନ୍ୟାୟିକ ସରକାର ଗଠନ କରିବା ପାଇଁ ଉପସ୍ଥିତ ନେତା ଓ କର୍ମୀ ମାନେ ମାତବ୍ୟକ୍ତ କରିବା ସହ ସମସ୍ତ ଭେଦଭାବ ଭୁଲି ପୁଣି କଂଗ୍ରେସ କୁ ମଜଭୁତ କରିବା ପାଇଁ ଆଗେଇ ଆସିବା ପାଇଁ ପ୍ରକଶ କରିଥିଲେ | ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବିଜୟ କୁମାର ସାହୁ, ବ୍ଲକ ସାଧାରଣ ସମ୍ପାଦକ ଲଚ୍ଛାମାନ ପାତ୍ର, ପ୍ରଦୀପ ବେହେରା, ଯୁବ ନେତା ଶକ୍ତି ପ୍ରସାଦ ରାଜଗୁରୁ ସମେତ ଶତାଧିକ କର୍ମୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )