ଆସିକା, ୨୨/୩ ସରୋଜ ସେନା ପକ୍ଷରୁ ଆସିକା ବିଧାୟକ ସରୋଜ ପାଢୀଙ୍କ ଜନ୍ମଦିନ ପାଳନ ଅବସରରେ ରକ୍ତ ଦାନ ଶିବିର ହରିହର ହାଇସ୍କୁଲ ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆସିକା ବିଧାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସନ୍ଦିପ ପାଢ଼ୀ, ସଙ୍ଗୀତ ପାଢ଼ୀ, କବିସୂର୍ଯ୍ୟନଗର ବ୍ଳକ ଚେୟାରମ୍ୟାନ ବିରେନ୍ଦ୍ର ଖଟେଇ, ପାଇକଯମୁନାର ସତ୍ୟବାନ ସାହୁ, ଶିଆଳିଆ ସରପଞ୍ଚ ବାବୁନା ଦାସ, ଆସିକା ବ୍ଳକ ଉପାଧ୍ୟକ୍ଷା ରେସମା ଦୋରା, ଆସିକା ପୌରାଞ୍ଚଳ ଅଧ୍ୟକ୍ଷା ବିନେତା ସ୍ବାଇଁ, ସମାଜ ସେବୀ ତଥା ଆସିକା ଏନେସିର ବିଜେଡିର ପୁର୍ବତନ ନଗର ସଭାପତି ସତ୍ୟନାରାୟଣ ସ୍ବାଇଁ, ପପୁ କୁମାର ମହାନ୍ତି, ପୁର୍ଣ୍ଣଚନ୍ଦ୍ର ମହାନ୍ତି, ମନୋଜ କୁମାର ସ୍ବାଇଁ, ସୋନୁ ଜେନା, ବାଦଲ ସ୍ବାଇଁ, ସାଗର ମହାନ୍ତି, ସୁମନ୍ତ ଦାସ, ମଳୟ ସ୍ବାଇଁ, ଶଙ୍କର ସେଠୀ ସହଯୋଗ କରିଥିଲେ । ଉକ୍ତ ରକ୍ତ ଦାନ ଶିବିରରେ ୧୯୯ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଯୁବନେତା କାର୍ତ୍ତିକ ନାହକ ଉକ୍ତ ରକ୍ତଦାନ ଶିବିରରେ ୩୦ରୁ ଉର୍ଦ୍ଧ ସାଙ୍ଗ ସାଥିଙ୍କୁ ସାଙ୍ଗରେ ଆଣି ରକ୍ତ ଦାନ କରିଥିଲେ । ଉକ୍ତ ରକ୍ତ ଦାନ ଶିବିରରେ ଡ.ଆର୍.ମହାପାତ୍ର, ରିଙ୍କୁ ସାହୁ, ପି.କେ.ସୁବୁଦ୍ଧି, ବି.ବେହେରା, ଦେବାଶିଷ ପଣ୍ଡା, ଭରତ ବେହେରା, ଲକ୍ଷ୍ମଣ ବେହେରା ସମେତ ବିଭିନ୍ନ ଷ୍ଟାପ ସହଯୋଗ କରିଥିଲେ ।

