You are currently viewing ପୁଣି ମଞ୍ଜୁଳା ହେଲେ ଆସିକା ବିଜୁ ଜନତା ଦଳର ପାର୍ଥିନି
ପୁଣି ମଞ୍ଜୁଳା ହେଲେ ଆସିକା ବିଜୁ ଜନତା ଦଳର ପାର୍ଥିନି

ଆସିକା ୦୩/୦୪(ଶକ୍ତି ପ୍ରସାଦ କର)-ସମସ୍ତ ବାଦ ବିବାଦ ସତ୍ୱେ ବିଜେଡି ର ଦ୍ଵିତୀୟ ପର୍ଯ୍ୟାୟ ତାଲିକାରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପାର୍ଥିନି ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l କର୍ମୀ ମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଛିl ବିଜେଡି ଦଳର ଟିକେଟ ପାଇଲା ପରେ ମଞ୍ଜୁଳା ସ୍ୱାଇଁ ଦଳର ସୁପ୍ରିମୋ, ପାଣ୍ଡିଆନ ଙ୍କୁ ଧନ୍ୟବାଦ ଯାନାଇଛନ୍ତି l ଦୀର୍ଘଦିନ ଧରି ଆସିକା ବିଜେଡିରେ ଚାଲିଥିବା ଗୋଷ୍ଠୀ ବିବାଦ ଅନ୍ତ ଘଟିଛି l ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ପାଣ୍ଡିଆନ, ବବୀଦାସ, ମାନସ ମଙ୍ଗରାଜ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସମସ୍ତ ସାଙ୍ଗଠନିକ କଥାକୁ ବିଚାର କରି ତଥା ମହିଳା ଙ୍କୁ ସିଟ ଦେବାରେ ଦଳ ଗୁରୁତର ଦେଇଛି l ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି l ଅସନ୍ତୁଷ୍ଟ ଙ୍କ ବିଭିନ୍ନ ଦାବିକୁ ଦଳ ଗୁରୁତର ଦେଇନି l ଦଳରେ ଶୃଙ୍ଖଳାରେ ରହି କାର୍ଯ୍ୟ ନକଲେ ଦଳ ବିରୋଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ତାଗିଦ କରିଛି l ଶେଷରେ ଅସନ୍ତୁଷ୍ଟ ମାନେ କୌଣସି ବାଟ ନପାଇ ନିର୍ବାଚନ ମଣ୍ଡଳୀଙ୍କୁ ଫେରିଛନ୍ତି l ପୂର୍ବରୁ ବିଜେପିର ଆସିକା ନିର୍ବାଚନ ମଣ୍ଡଳୀ ପାର୍ଥି ରୂପେ ସରୋଜ କୁମାର ପାଢ଼ୀଙ୍କର ନାମ ଘୋଷଣା କରାଯାଇଛି l ସରୋଜ ପାଢ଼ୀଙ୍କର ମଧ୍ୟ ସମଦଶା l ବିଜେପି ଅସନ୍ତୁଷ୍ଟ ମାନେ ମଧ୍ୟ ଆଜି ମଧ୍ୟ ଫେରିନାହାନ୍ତି l ବିଜେପି ବିଜେଡିର ଏହିଭଳି ଗୋଷ୍ଠୀ କନ୍ଦଳ ଚାଲିଥିଲା ବେଳେ କଂଗ୍ରେସ ଆସିକା ପାର୍ଥି ଘୋଷଣା କରିନାହିଁ l କଂଗ୍ରେସ ର ଆଶାୟୀ ପାର୍ଥି ଦେବକାନ୍ତ ଶର୍ମା ଓ ସୂଦୀପ୍ତା ଦାସ ଭୁବନେଶ୍ୱର ରେ ଡେରା ପକାଇଛନ୍ତି l ମଞ୍ଜୁଳା ସ୍ୱାଇଁ ଙ୍କୁ ଟିକେଟ ମିଳିବା ପରେ ତାଙ୍କ ଶୁଭେଛୁ ତଥା କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଏହି ଖବର ପାଇବା ପରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧକ୍ଷା,ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ,ଜିଲ୍ଲା ପରିଷଦ ବି. ମନୋଜ କୁମାର ଦୋରା,ଅନିମା ପରିଡା, ତନ୍ମୟୀ ନାହାକ,ସୌଦାମିନୀ ନାହାକ,ସୂର୍ଯ୍ୟକାନ୍ତ ପରିଡା, ଖାରିଆ ସରପଞ୍ଚ ଜୟନ୍ତୀ ସାହୁ, ଜୟନ୍ତୀ ବେହେରା, ବିଦ୍ୟାନ୍ତ ଚର୍ଚ୍ଚି ଟୁଲୁ ଜେନା, ନିଗମାନନ୍ଦ ରାଉତ, ପ୍ରଦୀପ ଗୌଡ଼, ପ୍ରତାପ ପ୍ରଧାନ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଦେଇଛନ୍ତି l