You are currently viewing ପୁରୁଷୋତ୍ତମପୁର ଏନଏସି ର 14 ଗୋଟି ୱାର୍ଡ ରେ କଂଗ୍ରେସ ର ଘର କୁ ଘର ବୁଲି ଭୋଟ ପ୍ରଚାର କାର୍ଯ୍ୟ କ୍ରମ ଅନୁଷ୍ଠିତ |
ପୁରୁଷୋତ୍ତମପୁର ଏନଏସି ର 14 ଗୋଟି ୱାର୍ଡ ରେ କଂଗ୍ରେସ ର ଘର କୁ ଘର ବୁଲି ଭୋଟ ପ୍ରଚାର କାର୍ଯ୍ୟ କ୍ରମ ଅନୁଷ୍ଠିତ |

ପୁରୁଷୋତ୍ତମପୁର ଏନଏସି ରେ ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ ଙ୍କ ସଂଯୋଜନା ଓ ଅନ୍ୟ କର୍ମୀ ନେତାଙ୍କ ସହଯୋଗ ରେ 14 ଗୋଟି ୱାର୍ଡ ର ଘର କୁ ଘର ବୁଲି ଭୋଟ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ | ଏବଂ ଲୋକଙ୍କୁ ଓଡ଼ିଶାରେ 25 ବର୍ଷର ବିଜେଡି ସରକାର ଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ବିରୁଦ୍ଧରେ ଏବଂ କେନ୍ଦ୍ରସରକାର ଙ୍କ ମିଛୁଆ ଗପ, କଥା ପ୍ରଚାର କରି ଜନସାଧାରଣ ଙ୍କୁ ଯେଉଁ ଭୁଆଁ ବୁଲାଉ ଛନ୍ତି, ତାହାଠାରୁ ଦୁରେଇ ରହି ଯୁବନେତା ତଥା ଏହି ଏନଏସିର ପିଲା ଚିତ୍ରସେନ ( ଉଜ୍ୱଳ ) କୁ କଂଗ୍ରେସ ର ହାତ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ପ୍ରାଥୀ, ନେତା ଓ କର୍ମୀ ମାନେଅନୁରୋଧ କରିଛନ୍ତି | ସେମାନେ ରାହୁଲ ଗାନ୍ଧୀଙ୍କ ନାରା ଦେଇ ସମସ୍ତ ୱାର୍ଡର ଲୋକ ମାନଙ୍କ ଘରକୁ ଯାଇ ଭୋଟ ଭିକ୍ଷା କରି ଥରେ ଏହି ମାଟିର ପିଲାକୁ ସହଯୋଗ କଲେ ସେ ଏହି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉର୍ନତି କରିବ ବୋଲି ଚିତ୍ରସେନ ( ଉଜ୍ୱଳ ) କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ନଗର ଓ ପଞ୍ଚାୟତ ର ମଧ୍ୟ କିଛି କର୍ମୀ ନେତା ସାଥିରେ ଯାଇ ଲୋକଙ୍କ ଘରକୁ ଘର ବୁଲି ପ୍ରଚାର କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ