କୋଦଳା (୦୭/୦୮/୨୦୨୩)
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଏବେ ଗୋଟିଏ ନାରା ଖୁବ୍ ଜୋରରେ ଶୁଭୁଛି, ଆଉ ଲୋଡା ନାହିଁ ଆମଦାନୀ ନେତା, ଆମକୁ ଦରକାର ସ୍ଥାନୀୟ ନେତା। ଆଉ ଏହି ସ୍ଥାନୀୟ ନେତା ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ବିଜେଡିର ବରିଷ୍ଠ ନେତା ହରପ୍ରସାଦ ସାହୁ। ଗତ ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ୍ ଲବିରେ ଥାଇ ଶେଷ ମୁହୂର୍ତ୍ତରେ ତାକୁଂ ଚୁପ୍ ରହିଥିଲେ। ଦଳ ପାଇଁ କାର୍ଯ୍ୟ କରି ବିଜେଡିକୁ ଜନସମର୍ଥନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।ସେହି ସମୟରେ ସାନଖେମୁଣ୍ଡିରୁ ଲତିକା ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଦଳର ଆଦେଶ ମାନି ଲତିକାକୁଂ ବଡ଼ ବ୍ଯବଧାନରେ ବିଜୟୀ କରିବାରେ ବଡ଼ ଭୂମିକା ନିଭାଇଥିଲେ ଶ୍ରୀ ସାହୁ। ତେବେ ୨୦୨୪ ଅଙ୍କ କହୁଛି ଏଥର ବିଜୁ ଜନତା ଦଳର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୁଖ ଦାବିଦାର ହେଉଛନ୍ତି ହର। ଆଉ ଯଦି ତାଙ୍କୁ ବିଜେଡି ଟିକେଟ ମିଳିଲେ ବିଜେପି ମଧ୍ୟ ଅଞ୍ଚଳରୁ କ୍ଲିନ୍ ସୁଇପ୍ କରିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।
ଗଞ୍ଜାମ ଜିଲ୍ଲାର ଜଣେ ଚର୍ଚ୍ଚିତ ଓ ଆଗଧାଡ଼ିର ଯୁବ ନେତା ହରପ୍ରସାଦ ସାହୁ । ସବୁବେଳେ ନବୀନ ପଟ୍ଟନାୟକଙ୍କୁ ନିଜର ନେତା ମାନୁଥିବା ଶ୍ରୀ ସାହୁ ଏଥର ବିଜେଡିରୁ ଟିକଟ ଆଶାୟୀ ଅଛନ୍ତି, ଦଳ ସୁପ୍ରିମୋ ଏଥର ତାଙ୍କ ପ୍ରତି ନରମ ମନୋଭାବ ଦେଖାଉଥିବା ରାଜ୍ୟ ସାଂଗଠନିକ ପକ୍ଷରୁ ସୂଚନା ମିଳିଛି। ବିଜେଡିର ଅଦୃଶ୍ୟ ଶକ୍ତିରୁ ଅଭୟ ବରଦାନ ପାଇ ଏବେ ଗାଁ ଗାଁ ବୁଲି ସାଂଗଠନିକ ଶକ୍ତି ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି । ସାଙ୍ଗରେ ତାଙ୍କର ପତ୍ନୀ ଏବଂ ଝିଅ ମଧ୍ୟ ସାମିଲ ହୋଇ ଅଞ୍ଚଳରୁ ବିରୋଧିଙ୍କୁ କ୍ଲିନ୍ ସୁଇପ୍ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
ଗାଁ ଗାଁ ବୁଲି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ କର୍ମୀ ସମ୍ମିଳନୀ ଜରିଆରେ ଲୋକଙ୍କ ନିକଟତର ହେଉଛନ୍ତି ହର । ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ଏବଂ ଝିଅ ରଞ୍ଜିତା ସାହୁ ୨୪ ନିର୍ବାଚନ ବୈତରଣୀ ପାର୍ ହେବାକୁ ଜି ଜାନ୍ ଲଗାଇ କମର କସୁଛନ୍ତି ।ଆଉ ହରକଂ ଏଭଳି ସାଂଗଠନିକ କାର୍ଯ୍ଯ ଦେଖି ବିରୋଧି ଛାନିଆଁ।
ଏକ ବଡ଼ ବ୍ଯବଧାନରେ ନିର୍ବାଚନ ଜିଣି ବିଜେଡିକୁ ଅଦ୍ଭୁତପୂର୍ବ ସଫଳତା ଦେବାକୁ ସମସ୍ତ ପ୍ରସ୍ତୁତି କରୁଛନ୍ତି ହରପ୍ରସାଦ। ସକରାତ୍ମକ ଢଙ୍ଗରେ ପ୍ରତିଟି କାର୍ଯ୍ୟକୁ ପରିଚାଳନା କରି କର୍ମୀଙ୍କୁ ବାନ୍ଧି ରଖିଛନ୍ତି ଶ୍ରୀ ସାହୁ। ହରକଂ ଏଭଳି କାର୍ଯ୍ୟକୁ ନେଇ ହର ସାହୁଙ୍କ ସମର୍ଥକ ବି ବେଶ୍ ଖୁସି।
୨୦୧୯ରେ ବିଧାନସଭା ନିର୍ବାଚନ ଲଢ଼ିନଥିବା ହର ପ୍ରସାଦ ସାହୁ ୨୦୧୪ ବିଧାନସଭା ନିର୍ବାଚନରେ ୪୫,୬୬୧ ଖଣ୍ଡ ଭୋଟ୍ ପାଇଥିଲେ । ବିଜେଡିରୁ ଟିକଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୀୟ ବିଜେଡି ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଠାରୁ ମାତ୍ର ୨୧, ୫୦୦ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ସେତେବେଳେର କଂଗ୍ରେସ ପ୍ରାର୍ଥୀ ତଥା ଏବେ ବିଜେଡିରେ ଥିବା ସୀତାରାମ ପାଣିଗ୍ରାହୀ ତିନି ନମ୍ବର ସ୍ଥାନରେ ରହି ୯, ୮୪୩ ଖଣ୍ଡ ଭୋଟ୍ ପାଇଥିଲେ । ବିଜେପିର ବିଷ୍ଣୁ ପ୍ରସାଦ ଜେନା ୪,୩୧୫ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।
ଏଥର କିନ୍ତୁ ମଇଦାନକୁ ଓଲ୍ହାଉଛନ୍ତି ହର ପ୍ରସାଦ ସାହୁ । ବିଜେଡିରୁ ସେ ଟିକଟ ହାତେଇଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଏକ ନୂତନ ରେକର୍ଡ ସୃଷ୍ଟି ହେବ ବୋଲି କହୁଛନ୍ତି ତାକଂ ସମର୍ଥକ। ସେପଟେ ହରକଂ ଅନୁପସ୍ଥିତି ଯୋଗୁଁ କୋଦଳା ଏନଏସି ବିଜେଡି ହାତରୁ ଖସି ଯାଇଛି। ବର୍ତ୍ତମାନର ବିଧାୟିକା ଲତିକା ପ୍ରଧାନକଂ ଅମଳରେ ପୁରା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢୁଥିବା, କର୍ମୀଙ୍କୁ ଅଣଦେଖା ଯୋଗୁଁ କୋଦଳା ଏନଏସିରେ ଭୋଟର ବିଜେଡି ବିରୁଦ୍ଧରେ ଭୋଟ ଦେଇ ବିଜେପିକୁ ଏକ ପାଖିଆ ଜିତାଇଥିଲେ। ପୁରା ନିର୍ବାଚନ ମଣ୍ଡଳୀରେ ଏବେ ବିଧାୟିକାକଂ କାର୍ଯ୍ୟ କଳାପକୁ ନେଇ ଜନପ୍ରତିନିଧି ଠାରୁ ଆରମ୍ଭ କରି କର୍ମୀ ଅସନ୍ତୁଷ୍ଟ। ଏପରିକି ପୂର୍ବତନ ବିଧାୟିକା ତଥା ବର୍ଷିୟାନ ନେତ୍ରୀ ସୁଜ୍ଞାନ ଦେଓଙ୍କ କର୍ମୀ ଲତିକାକଂ ଠାରୁ ଅବହେଳିତ ଅବସ୍ଥାରେ ଥିବା ଅଭିଯୋଗ ରହିଛି। ଏସବୁ କଥା ଯଦି ହାଇକମାଣ୍ଡ ନଜରକୁ ନିଅନ୍ତି ତେବେ ଚଳିତ ଥର ସଂଗଠନକୁ ସୁଦୃଢ କରି ରଖିଥିବା ଏବଂ ସାଧାରଣ ଲୋକକଂ ଆସ୍ଥା ପ୍ରକଟ ହୋଇ ପାରୁଥିବା ନେତାଙ୍କୁ ଦଳ ଗୁରୁତ୍ବ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ଯଦି ଏପରି ନହୁଏ ତେବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଲାଗି ରହିଥିବା ଜନ ଅସନ୍ତୋଷ ଅଧିକ ହେବା ସମ୍ଭାବନା ରହିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
