You are currently viewing ବିଜେପି କର୍ମୀଙ୍କୁ ଆକ୍ରମଣ ଏବଂ ଗିରଫଦାରୀ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ବିଜେପି କର୍ମୀଙ୍କୁ ଆକ୍ରମଣ ଏବଂ ଗିରଫଦାରୀ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।)

କୋଦଳା:ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ କିମ୍ବା କ୍ରାଇମ ବ୍ରାଞ୍ଚ ପ୍ରକୃତ ଦୋଷୀକୁ ଧରିବାରେ ଅକ୍ଷମ |ରାଜ୍ଯରେ ଗଣତନ୍ତ୍ର ସ୍ଥାପନ ସହ ରକ୍ତମୁଖା ସରକାରଠାରୁ ରାଜ୍ଯବାସୀଙ୍କୁ ରକ୍ଷା କରିବା ପାଇଁ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ଦ୍ୱାରା ବିଧାନ ସଭା ଘେରାଓ ସମୟରେ ପୋଲିସ ଦ୍ୱାରା ଭାଜପା କାର୍ଯ୍ଯକର୍ତ୍ତାଙ୍କୁୁ ମରଣାନ୍ତକ ଆକ୍ରମଣ କରିବା ସହ ଆମ ରାଜ୍ଯ ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ଯଙ୍କ ସମେତ ୨୨ଜଣ କାର୍ଯ୍ଯକର୍ତ୍ତାଙ୍କୁ ମିଛ ସଂଗୀନ ଦଫାରେ ଛନ୍ଦି ଜେଲରେ ଭରିବା ପ୍ରତିବାଦରେ
ବୁଧବାର ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା | ସେହିପରି ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ନେତୃତ୍ୱ ରେ ବୁଧବାର ସନ୍ଧ୍ୟା ସମୟରେ କୋଦଳା ବଜାର ରେ ବିକ୍ଷୋଭ ପ୍ରଦର୍ଶନ ସହ ବିଭିନ୍ନ ନାରାବାଜି ଦେଇ ରାଜ୍ୟ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି କୋଦଳା ବସ ଷ୍ଟାଣ୍ଡ ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା |ପୋଲିସ ଯେଉଁଭଳି ଭାବରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ବୋଲି କହିଛନ୍ତି ବିଜେପି ନେତା ତଥା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ | ଏହା ସହିତ ଅପାରଗ ରାଜ୍ୟ ସରକାର ଙ୍କୁ ଶୀଘ୍ର ଗାଦିଚ୍ୟୁତ କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ସଂଗ୍ରାମ ଜାରୀ ରଖିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ଯଜ୍ଞ ନାରାୟଣ ଦାସ |ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଘୁମୁସର ଜିଲ୍ଲା ବିଜେୱାଇଏମ ସଭାପତି ଦୀପକ କୁମାର ପ୍ରଧାନ,ବିଜେପି ଯୁବ ନେତା ଜଗନ୍ନାଥ ଭୂୟାଁ, ସନ୍ତୋଷ କୁମାର ରାଉତ,କୋଦଳା ନଗର ବିଜେପି ସଭାପତି ମଧୁସୂଦନ ଜେନାଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ |