You are currently viewing ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ୬୧ ନମ୍ବର ଜୋନ ସ୍ତରୀୟ କଂଗ୍ରେସର ବୈଠକ ଅନୁଷ୍ଠିତ ।
ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ୬୧ ନମ୍ବର ଜୋନ ସ୍ତରୀୟ କଂଗ୍ରେସର ବୈଠକ ଅନୁଷ୍ଠିତ ।

ସାନଖେମୁଣ୍ଡି , ୨୨/୧୧ – ( ପ୍ରଫୁଲ୍ଲ ସାବତ ) -:- ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ୬୧ ନମ୍ବର ଜୋନର ଆଡ଼ପଡା ସ୍ଥିତ ଇଶାଣେ ଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ଅନୁପସ୍ଥିତିରେ କଂଗ୍ରେସ ଦଳର ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଯାଇଛି । ଆଗାମୀ ଦିନରେ କେମିତି କଂଗ୍ରେସ ଦଳ କୁ ମଜବୁତ କରାଯିବ ତାକୁ ନେଇ ଏହି ବୈଠକ ରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ଏ.ବାବୁଲା ଦୋରା, ଯୁବ କଂଗ୍ରେସ ସଭାପତି ଅରୁଣ ଖୁଣ୍ଟିଆ, ଯୁବ କଂଗ୍ରେସ ଉପସଭାପତି ମିଟୁ ଜେନା, ଯୁବ କଂଗ୍ରେସ ସମ୍ପାଦକ ଜିଣ୍ଟୁ ସାହୁ, ଯୁବ କଂଗ୍ରେସ କୋଷାଧକ୍ଷ ସଞ୍ଜୟ ବିଷୋୟୀ,ଯୁବ କଂଗ୍ରେସ ଜୁନ ସଂପାଦକ ପ୍ରଭାକର ତ୍ରିପାଠୀ,ଜୁନ ସଂପାଦକ ସନାତନ ସାହୁ, ଖଲିଙ୍ଗି ପଂଚାୟତ ସରପଞ୍ଚ ଅର୍ଣ୍ଣବ ନାହାକ, ପ୍ରମୋଦ ଲେଙ୍କା, ଆଡ଼ପଡ଼ା ଅଙ୍କୁରା ପ୍ରଧାନ, ବୁଲୁ ସ୍ୱାଇଁ, ମିଥୁନ ସ୍ୱାଇଁ, ପ୍ରଫୁଲ ବରାଡ଼ ପ୍ରମୁଖ ବହୁ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।