ଖଲ୍ଲିକୋଟ 21/1
ଖଲ୍ଲିକୋଟ ର ଏକ ଅଗ୍ରଣୀ ତଥା ଜଣା ଶୁଣା ସ୍ଵେଚ୍ଛାସେବୀ ସଂଗଠନ କହିଲେ ଏ. ପି. ଜେ. ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ କୁ ବୁଝାଏ।
ଆଜି ଟ୍ରଷ୍ଟ ର ଅଧକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ସମସ୍ତ ସଦସ୍ୟ କର୍ମକର୍ତ୍ତା ସମେତ ବହୁ ବରିଷ୍ଠ ନାଗରିକ, ସ୍ଵେଚ୍ଛାସେବୀ ଙ୍କୁ ନେଇ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ ଥିବା ମା ମହାଲକ୍ଷ୍ମୀଙ୍କ ମନ୍ଦିର ରେ ଟ୍ରଷ୍ଟ ର ବର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ନୂତନ ସଦସ୍ୟ କରିବା ସହିତ କର୍କଟ ଭଳି ଭୟଙ୍କର ରୋଗ ର ସଚେତନ ଓ ବିନା ମୂଲ୍ୟ ରେ ଚିକିତ୍ସା ସୁବିଧା
ଉପଲବ୍ଧ ବିଷୟ କୁ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ ଡାକ୍ତର ହର ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ଶ୍ରୀ ପ୍ରମୋଦ ପଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ସଂଗଠନ ଉପଦେଷ୍ଟା ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଟ୍ରଷ୍ଟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଟ୍ରଷ୍ଟ ଆଗାମୀ ଦିନରେ କିପରି ଅଧିକ ରୁ ଅଧିକ ଲୋକ ଙ୍କ ପାଖରେ ପହଞ୍ଚି ପାରିବ ସେ ବିଷୟ କୁ ଉପସ୍ଥାପନ କରାଇଥିଲେ। ସଂଘ ର ନିଷ୍ପତି କ୍ରମେ ଶ୍ରୀମତୀ ମିତଞ୍ଜଳୀ ମିଶ୍ର ମହୋଦୟା ସଂଗଠନ ସମ୍ପାଦିକା ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଶ୍ରୀମତୀ ଯୋଷ୍ନl କୁମାରୀ ପ୍ରଧାନ କମିଟି ଗଠନ ରେ ସହଯୋଗ କରିଥିଲେ। ବରିଷ୍ଟ ଶିକ୍ଷା ବିତ୍ ପୂର୍ଣ୍ଣ ଚନ୍ଦ୍ର ରଥ କାର୍ଯ୍ୟ କ୍ରମରେ ଯୋଗ ଦେଇ ସଙ୍ଗ ର ଉନ୍ନତି କାମନା କରିଥିଲେ। ପରିସେସ ରେ ପଞ୍ଚlନନ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
