You are currently viewing ମନ କି ବାତ୍ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର
ମନ କି ବାତ୍ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ ତମ ମନ କି ବାତ୍ କାର୍ଯ୍ୟକ୍ରମ ପୂର୍ତ୍ତି ଅବସରରେ ରବିବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଇଂ. ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ସମେତ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବକ୍ସିପାତ୍ର ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକମାନେ ଯେପରି ପ୍ରଧାନମନ୍ତ୍ରୀଙ୍କ ନିକଟତର ହୋଇପାରିବେ ଏବଂ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ବିବରଣୀ ପ୍ରଦାନ କରିଥିଲେ । ସେହିପରି ଶ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମର ଉପସ୍ଥାପନା ବର୍ଣ୍ଣନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ଏନ୍ . ରାଜେନ୍ଦ୍ର ପାତ୍ର , ମଣ୍ଡଳ ସଭାପତି ଶୁଭ୍ରାଂଶୁ ପ୍ରଧାନ , କର୍ମୀ ସୁରେଶ କବି , ଜନାର୍ଦ୍ଦନ ପ୍ରଧାନ , ଅମୂଲ୍ୟ ଚୌଧୁରୀ , ମନୋଜ ପଣ୍ଡା , ରଘୁନାଥ ସାମନ୍ତରାୟ , କାହ୍ନା ରେଡ୍ଡୀ , ଅନିଲ ମିଶ୍ର , ରବି ମିଶ୍ର , ଯତୀନ ପାଣିଗ୍ରାହୀ , ଦୁଃଖୀଶ୍ଯାମ ପାଣିଗ୍ରାହୀ , ମଦନ ପାଣିଗ୍ରାହୀ , ହରି ପ୍ରଧାନ , ଅଭିମନ୍ୟୁ ସେଠୀ ସମେତ ବହୁ ଗ୍ରାମର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ରିପୋର୍ଟ କିରଣ କୁମାର ବେହେରା