You are currently viewing ବେଗୁନିଆପଡ଼ା ବ୍ଲକର ୨୫ଜଣ ଶିକ୍ଷକଙ୍କ ୨ ବର୍ଷରୁ ଅଧିକ ସମୟ ହେଲାଣି ଏମ ଏ ସି ପି ହୋଇପାରୁନି ।ଆଗରୁ ଆସିଥିବା ଅନୁମୋଦନ ଚିଠି ଗଲା କୁଆଡେ ?
ବେଗୁନିଆପଡ଼ା ବ୍ଲକର ୨୫ଜଣ ଶିକ୍ଷକଙ୍କ ୨ ବର୍ଷରୁ ଅଧିକ ସମୟ ହେଲାଣି ଏମ ଏ ସି ପି ହୋଇପାରୁନି ।ଆଗରୁ ଆସିଥିବା ଅନୁମୋଦନ ଚିଠି ଗଲା କୁଆଡେ ?

କୋଦଳା , ୧୭/୦୧/୨୦୨୪) -: ୨୦୦୫ ମସିହାରେ ନିୟୋଜିତ ହୋଈ ୨୦୧୧ମସିହାରେ ନିୟମିତ ହୋଇଥିବା ୨୫ ଜଣ ଶିକ୍ଷକଙ୍କୁ ୨ ବର୍ଷ ହେଲା ଏମ ଏ ସି ପି (Modified Assured Career Progression (MACP) ମିଳୁନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ । ସରକାରୀ ନିୟମ ଅନୁସାରେ ଶିକ୍ଷକ ମାନେ ନିୟମିତ ହେବା ବର୍ଷ ଠାରୁ ୧୦ବର୍ଷ ପରେ ଏହି ଏମ ଏ ସି ପି ସୁବିଧା ମିଳିବା କଥା। ୨୦୦୫ ମସିହାରେ ନିୟୋଜିତ ହୋଇଥିବା ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୧୧ ମସିହାରେ ନିୟମିତ ହୋଇଥିଲେ ଓ ଏହାର ୧୦ବର୍ଷ ପରେ ଅର୍ଥାତ୍ ୨୦୨୧ମସିହାରେ ଏହି ସୁବିଧା ସେମାନଙ୍କୁ ମିଳିବା କଥା। କିନ୍ତୁ ପରିତାପର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ଦେବା ପରେ ବି ତାହା ଶିକ୍ଷକଙ୍କୁ ମିଳୁନି। ଏମାନଙ୍କୁ ଏହି ସୁବିଧା ଦେବା ପାଇଁ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକରୀ ଅନୁମୋଦନ ପତ୍ର ପ୍ରଦାନ କରିଥଲେ ବି ତାହା ଲୁକ୍କାୟିତ ଭାବରେ କେଉଁ ଠାରେ କିଏ ରଖିଛି ତାହା ତଦନ୍ତ ସାପେକ୍ଷ ? ସେପଟେ ଏହି ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ମଧ୍ୟ ପଠାଯାଇଥିବା ବେଳେ ରିପୋର୍ଟ କଣ ଆସିଛି ଓ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାହାନେଇ ଶିକ୍ଷକ ଓ ଶିକ୍ଷୟିତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ବେଗୁନିଆପଡ଼ା ବି ଇ ଓ ରୁଦ୍ର ନାରାୟଣ ସାହୁ କହିଛନ୍ତି ଯେ ସେ ବର୍ତ୍ତମାନ ନୂଆ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଓ ଏହା ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବେ। ସେପଟେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତୁରନ୍ତ ଏମ ଏ ସି ପି ପ୍ରଦାନ ପାଈଁ ଆଶାୟୀ ଦାବୀ କରିଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।