ପୁରୁଷୋତ୍ତମପୁର , ୧୮/୦୧ – ( ପ୍ରସନ୍ନ କୁମାର ଦାସ ) -:- ଦୀର୍ଘ ୮ ମାସ ପରେ ଆଜି ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ର ୪ ର୍ଥ ତମ ସାଧାରଣ ଅଧିବେଶନ ସମିତିଗୃହ ରେ ବ୍ଲକ ଅଧ୍ୟକ୍ଷ ପିଙ୍କି ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଅଛି।ଏଥିରେ ବିଡ଼ିଓ ବିଜୟ କୁମାର ବେହେରା ସଂଯୋଜନା କରିଥିବା ବେଳେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ,ତହସିଲଦାର ସନ୍ତୋଷ କୁମାର ସାହୁ,ଏବିଡ଼ିଓ ନିରାକର ଜେନା,ସହକାରୀ ଯନ୍ତ୍ରୀ ମଞ୍ଚାଷିନ ଥିଲେ |।ଏହି ଅଧିବେଶନ ରେ ସମସ୍ତ ସମିତି ସଭ୍ୟ ସରପଞ୍ଚ ଯୋଗଦେଇ ଲାଇନ ବିଭାଗ ର ବିଭିନ୍ନ ବିଭାଗ ଅଧିକାରୀ ଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରୀ ପଞ୍ଚାୟତ ମାଧ୍ୟମ ରେ କିପରି ସାଧାରଣ ଜନତା ପାଖରେ କାହିଁକି ପହଞ୍ଚି ପାରୁନାହିଁ ଏବଂ ଆପଣ ମାନେ କାହିଁକି ସବୁ ବିଷୟରେ ଜଣାଉ ନାହାନ୍ତି ବୋଲି ଗର୍ଜି ଥିଲେ |

ଏହା ପରେ ସମସ୍ତ ବିଷୟ ରେ ବିଭାଗୀୟ ଅଧିକାରୀ ମାନେ ସହଯୋଗ କରୁ ନଥିବା ଉପରେ ବଡ଼ ଖରିଡ଼ା ସମିତି ସଭ୍ୟ ଅନିଲ କୁମାର ଦାଶ, ଭାଟକୁମାରଡା ସମିତି ସଭ୍ୟ କୋରନାଥ ସ୍ବାଇଁ, ଆଚୁଲି ସରପଞ୍ଚ ସୁଧାକର ଗୌଡ଼, ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା, ଚାଟ ମୁଣ୍ଡୁଳି ସମିତି ସଭ୍ୟ ଜଗନ୍ନାଥ ସାହୁ ଭୁତ ସରସିଙ୍ଗି ସର ପଞ୍ଚ ମନୋଜ ଦାସ ପ୍ରମୁଖ ସବୁ ବିଭାଗିୟ ଅଧିକାରୀ ଙ୍କୁ ଆଗାମୀ ଦିନରେ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟଳୟ ରେ କିମ୍ବା ଲୋକଙ୍କ ସମ୍ମୁଖରେ ଅପମାନିତ କରାଯିବ ବୋଲି କହିଥିଲେ | ତେବେ ଅନ୍ୟାନ୍ୟ ବିଷୟ କୁ ନେଇ ଅଧକ୍ଷା ବିରୋଧୀ ଓ ସପୋର୍ଟ ଗୋଷ୍ଠି ଙ୍କ ମଧ୍ୟରେ କଥା କଟା କଟିସହିତ ହାତା ହାତି ପର୍ଯ୍ୟନ୍ତ ଦେଖିବାକୁ ମିଳି ଥିଲା| ରାଜସ୍ବ ବିଭାଗ ର ଆଲୋଚନା ବେଳେ ପୈତୃକ ସମ୍ପତି ର ପଟାଦାର ଙ୍କ ମୃତ୍ୟୁ ପରେ ତାଙ୍କରି ସମ୍ପର୍କୀୟ ଦାବୀଦାର ମାନେ ନିଜର ସହମତ ପତ୍ର କିମ୍ବା ଭାଗ ବଣ୍ଟନ ଦ୍ଵାରା ଉକ୍ତ ସମ୍ପତି ର ପଟା କରିବା ପାଇଁ ସଂପୃକ୍ତ ଆର ଆଇ ଙ୍କ ଠାରେ ନିର୍ଦ୍ଧାରିତ ଫର୍ମ ପୂରଣ କରି ପଟା ପାଇବା ର ସୁବିଧା ନେବା ପାଇଁ ପଞ୍ଚାୟତ ରେ ତାରିଖ ନିର୍ଦ୍ଧାରଣ କରିବା ପାଇଁ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ତହସିଲଦାର ସନ୍ତୋଷ କୁମାର ସାହୁ ଅନୁରୋଧ କରିଥିଲେ। ହୋହାଲ୍ଲା ଯୋଗୁଁ ବ୍ଲକ ର ଉନ୍ନୟନ ବିଭାଗ ସହ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କୁ ଏଡାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

