You are currently viewing ଖଜୁରିପଦାରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ।
ଖଜୁରିପଦାରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ।

ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ଼ କରୁଛି ଜିଲ୍ଲା କଂଗେସ। ଶନିବାର ଦିନ ଖଜୁରିପଦା ହନୁମାନ ମନ୍ଦିର ନିକଟରେ ଥିବା ଟାଉନ୍ ହଲ୍ ଠାରେ ମୋହନା
ଏମଏଲଏ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଛି । ତୃଣ ମୂଳ ସ୍ତରରୁ ଦଳକୁ ଅଧିକା ସୂଦୃଢ଼ କରାଯିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଲକ୍ଷ ସ୍ଥଳରେରେ ପହଞ୍ଚିବ ତେଣୁ ସନ୍ମନୟ ରକ୍ଷା କରି କାର୍ଯ୍ୟ କରିବାକୁ ଆନ୍ଧ୍ର ପ୍ରଦେଶର ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଏନ୍ ରଘୁ ବିର ରେଡ୍ଡୀ ମତ ବ୍ୟକ୍ତ ପ୍ରଦାନ କରିଥିଲେ।

ଏହା ସହ ରାଜ୍ୟର ରାଜନୀତି ସ୍ଥିତି ଓ ଦଳର ଆଗାମୀ ପଦକ୍ଷେପ ସହ କେତକ ଗୁରପ୍ତ ପୂର୍ଣ୍ଣ ଆଲାଚନା ହେବା ସହ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ କଂଗେସ କର୍ମୀ ମାନଙ୍କ ଠାରୁ ମତାମତ ନିଯାଇଥିଲା । ଏହି ବୈଠକରେ ମୋହନା ଏମଏଲଏ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆନ୍ଧ୍ରପ୍ରଦେଶର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଏନ୍ ରଘୁ ବୀର ରେଡ୍ଡୀ, କୃଷ୍ଣ ଚନ୍ଦ୍ର ପତି, ପିସିସି ପର୍ଯ୍ୟବେକ୍ଷକ, ଆନ୍ଧ୍ର ପ୍ରଦେଶରୁ ରାମ କୃଷ୍ଣ ପୂର୍ବତନ ଏମଏଲଏ ଚିନ୍ମୟ ବେହେରା ପାରଳାଖେମୁଣ୍ଡିରୁ ମାଝୀ ବାବୁ ,ମିନ ମଣ୍ଡଳ, ସିଦ୍ଧାନ୍ତ ପ୍ରଧାନ, ସମ୍ବଲପୁରରୁ ଶ୍ରୀ ଯିଶାୟ ଗମାଙ୍ଗ ଏବଂ ନୂଆଗଡ ବ୍ଲକରୁ ସହ ସହ କଂଗେସ କର୍ମୀ କାର୍ଯ୍ୟ କର୍ମରେ ଯୋଗ ଦେଇ ଥିଲେ ।