You are currently viewing ବେଗୁନିଆପଡ଼ା ଠାରେ ହିନ୍ଦୁ ନବ ବର୍ଷ ପାଳିତ ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ
ବେଗୁନିଆପଡ଼ା ଠାରେ ହିନ୍ଦୁ ନବ ବର୍ଷ ପାଳିତ ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ଗୁରୁବାର ଦିନ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ତତ୍ୱାବଧାନ ରେ ହିନ୍ଦୁ ନବବର୍ଷ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା , କ୍ଷେତ୍ରୀୟ ଗ୍ରାମ ବିକାଶ ସଂଘ ର ସଂଯୋଜକ ଅଶୋକ କୁମାର ପାଢ଼ୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି

, ସଭାପତି ସୁନୀଲ କୁମାର ରଥ, ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ଦାସ ଯୋଗଦେଇ ହିନ୍ଦୁ ଧର୍ମ ବହୁ ପୁରାତନ ଧର୍ମ, ଭାରତ ବର୍ଷ ହେଉଛି ଜ୍ଞାନ ର ଦେଶ, ନିଜ ଘରକୁ ହିନ୍ଦୁ ଘର କରିବା, ଭାରତ ବଞ୍ଚିଲେ ବିଶ୍ୱ ବଞ୍ଚିବ ବୋଲି କହିଥିଲେ । ଆମ ସମାଜ ତାରିଖ କୁ ହିସାବ କରେନାହିଁ ଲଗ୍ନ ଓ ତିଥିକୁ ହିସାବ କରେ, ପରମ୍ପରା ଓ ସଂସ୍କୃତି କୁ ପାଥେୟ କରିବା ଉଚିତ ବୋଲି କହିଥିଲେ । ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ହିନ୍ଦୁ ନବ ବର୍ଷ ପାଳନ କରାଯାଇଛି ।

ବହୁ କଳାକାର ଏଥିରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅଶ୍ଲିଳତା କୁ ବାଦ୍ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଓ ମହିଳା ଉପସ୍ଥିତ ଥିଲେ ।