You are currently viewing କବିସୂର୍ଯ୍ୟ ଯୁବ ସଂଗଠନର ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଦୃଢ ସମର୍ଥନ ପାଇଁ ଆହ୍ବାନ
କବିସୂର୍ଯ୍ୟ ଯୁବ ସଂଗଠନର ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଦୃଢ ସମର୍ଥନ ପାଇଁ ଆହ୍ବାନ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ କବିସୂର୍ଯ୍ୟ ଯୁବ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଂଗଳବାର ସଂଧ୍ୟାରେ କବିସୂର୍ଯ୍ୟନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ କବିସୂର୍ଯ୍ୟନଗର ଏନ୍‌ଏସି ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପ ସଭାପତି ମନୋରଞ୍ଜନ ମହାପାତ୍ର, ପୂର୍ବତନ କୋଦଳା ଅଧ୍ଯକ୍ଷା ସୁନୀତା ପ୍ରଭା ସାହୁ, ପ୍ରବାସୀ ଓଡିଆ ସଂଗଠନ ସଭାପତି ବିଜୟ କଅଁର, କବିସୂର୍ଯ୍ୟନଗର ସେବା ସମବାୟ ସମିତି ସଭାପତି ମନ୍ମଥ ପରିଡା, ବହୁ କାଉନସିଲର, ଯୁବ ସଂଗଠକ ରବିନ୍ଦ୍ର ନାହାକ ପ୍ରମୁଖ ମଞ୍ଚାସୀନ ଥିଲେ।କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ସଂପର୍କରେ ଆଲୋଚନା ହୋଇଥିଲା। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ କର୍ମକର୍ତ୍ତା ଓ ସଂଗଠନ ମାନେ ଏକଜୁଟ ହୋଇ କାମ କରିବାକୁ ମତ ପ୍ରକାଶ ପାଇଥିଲା।
ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ ଦୃଢ ସମର୍ଥନ କରିବା ସହିତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କିପରି ମାତ୍ରାଧିକ ଭୋଟ୍ ପାଇବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ, ଚିନ୍ତାଧାରାକୁ ସମ୍ମାନ ଜଣାଇ ଉକ୍ତ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସବୁବେଳେ କବିସୂର୍ଯ୍ୟ ଯୁବ ସଂଗଠନ କାର୍ଯ୍ଯ କରିବ ବୋଲି କହିଛନ୍ତି ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।