ଦିଗପହଣ୍ଡି : ୩୦/୦୯/୨୩(ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ପଡିଆ ପୁରସ୍ତମପୁରର ଜି ଗୁରଇ ରେଡ୍ଡୀ ଗତ ୨୦୦୯ ମସିହାରେ ଏକ ଅଙ୍ଗନବାଡି କେଦ୍ରରେ ସହାୟତା ପଦବୀ ପାଇଁ ନିଯୁକ୍ତି ପାତ୍ର ବାହାରି ଥିଲା | ସେଠାରେ ନିଜ ଗ୍ରାମର ୫ ଜଣ ମହିଳା ସହ ଅନ୍ୟ ଗ୍ରାମର ଏକ ମହିଳା ପକାଇଥିଲେ | ପରେ ସମସ୍ତ ଡକୁମେଣ୍ଟ ଭେରିଫାଇ ପାଇଁ ସିଡିପିଓ ଏକ ମହିଳା ମାନଙ୍କୁ ନେଇ ଏକ ସଭା କରାଗଲା ପରେ ୬ ଜଣ ଆବେଦନ କାରୀଙ୍କ ମଧ୍ୟରୁ ଜି ଗୁରେଇ ରେଡ୍ଡୀ ଙ୍କୁ ଚାକିରୀ ପାଇଁ ଚୟନ କରିଥିଲେ | ପରେ ଗୁରେଇ ରେଡ୍ଡୀଙ୍କୁ ୭ଦିନ ଭିତରେ ଜୋଇନିଙ୍ଗ ପାଇଁ ଚିଠି ଆସିଲା |

ଗୁରେଇ ରେଡ୍ଡୀ ଠିକ ସମୟରେ ଯାଇ ନିଜର ପ୍ରମାଣ ପାତ୍ର ନେଇ ଜୋଇନିଙ୍ଗ ହେଇଗଲା | ନିଜର ଡ୍ୟୁଟି କାମରେ ଲାଗିଥିଲେ ଗୁରେଇ ୩ ମାସ ପରେ ବିନା ନୋଟିସରେ ଅନ୍ୟ ଏକ ଗାଁ ମହିଳା ପାଣ୍ଡୀ ଗୌଡ଼ ଯାହାକୁ ଆଗରୁ ନିଜେ ସିଡ଼ିପିଓ ରିଜେକ୍ଟ କରାଯାଇଥିଲେ ସେହି ମହିଳାଙ୍କୁ ହି ଚାକିରୀ ରେ ନିଯୁକ୍ତି କରାଇଥିଲେ | ତେବେ ଏଠି ଆମର ଗୋଟିଏ ପ୍ରଶ୍ନ ଜିଲ୍ଲା ପ୍ରଶାସନକୁ
ଯାହାକୁ ନିଜେ ସିଡିପିଓ ରେଜେକ୍ଟ କରିଥିଲେ କିଭଳି ଭାବରେ ପୁଣି ନିଯୁକ୍ତି କଲେ?

ନିଜ ଗାଁର କେଉଁ ମହିଳାଙ୍କୁ ପଦବୀ ନଦେଇ ଅନ୍ୟ ଗ୍ରାମର ମହିଳାଙ୍କୁ ପଦବୀ କାହିଙ୍କି ଦିଆଗଲା?
କିଏ ଦଉଥିଲା ଏହି ସାହାସ ଏହା ଏକ ପ୍ରଶ୍ନ ବାଜି ସୃଷ୍ଟି ହେଉଛି |ଗୁରେଇ ରେଡ୍ଡୀ ଅନ୍ୟ ଏକ ମହିଳାଙ୍କୁ ଦେଖି ଏ ସବୁ ଦେଖି କିଛି ବୁଝି ପାରିନଥିଲେ | ଏ ବିଷୟ ନେଇ ପ୍ରଥମେ ସିଡ଼ିପିଓ ଅଫିସର ଦ୍ୱାରସ୍ତ ହୋଇଥିଲେ | ସିଡ଼ିପିଓ କହିଥିଲେ କଣ ହେଇଛି ଆମେ ଆପଣଙ୍କୁ ଏନୁକାରି କରି ଜଣେଇବୁ | ଶେଷରେ ହତାଶ ହୋଇ ଉପ ଜିଲ୍ଲାପାଳଙ୍କ ପାଖରେ ଦ୍ୱାରସ୍ତ ହୋଇଥିଲେ ସେଠାରେବି କେହି ଗୁହାରି ଶୁଣିନ ଥିଲେ | ପରେ ହାଇକୋର୍ଟର ଦ୍ୱାରସ୍ତ ହେଲେ ଗୁରେଇ ରେଡ୍ଡୀ | ଶେଷରେ ପଦବୀରେ ଥିବା ମହିଳା ପାଣ୍ଡୀ ଗୌଡ଼ ୧୯/୦୭/୨୦୨୩ରେ ଦେହାନ୍ତ ହୋଇଥିଲା |ପରେ ଖାଲି ପୋଡ଼ିଯାଇଥିଲା ପଦବୀ |

ପୁଣି ନୂତନ ଭାବେ ୧୩/୦୯/୨୦୨୩ ରେ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜରିକରିଥିଲେ | ଏକଥା ଶୁଣି ଗୁରେଇ ରେଡ ୧୩ ବର୍ଷ ଧରି ନିଜର ହକ ପାଇବା ଆଶାରେ ପଛକୁ ନଫେରୀ ଗୁଡ଼ାଇଥିଲେ ଗୁରେଇ ରେଡ୍ଡୀ ପରେ ୧୩ବର୍ଷ ଧରି ପରିଶ୍ରମ ର ଫଳ ୨୭/୦୯/୨୦୨୩ ରେ ମିଳିଥିଲା |ଆଉ ସେହି ସଂଘର୍ଷ ର ଫଳଟି ଥିଲା ବାହାରି ଥିବା ବିଜ୍ଞପ୍ତି ସ୍ଥଗିତ ରଖାଯାଉର ପ୍ରମାଣ ଧରି ଆଜି ସିଡ଼ିପିଓ ଅଫିସ କୁ ଆସିଥିଲେ ଗୁରେଇ ରେଡ୍ଡୀ | ହାଇକୋର୍ଟ ର ସ୍ଥଗିତ ପାତ୍ର ରଖିଥିଲେ ସିଡିପିଓ ଶେଷରେ ଏହାର ତଦନ୍ତ ପରେ ଜଣାଇବୁ ବୋଲି କହିଥିଲେ ସିଡିପିଓ ଶ୍ରୀ ମତୀ ପୁଷ୍ପାଞ୍ଜଳି ଶତପଥି | ତେବେ ଦେଖିବାକୁ ବାକି ରହିଲା ପ୍ରଶାସନର କେବେ ଏହାରି ଉପରେ କେତେ ମାତ୍ରା ରେ ମହିଳା ଜଣଙ୍କ ନ୍ୟାୟ ପାଉଛି |

