You are currently viewing RPI ରେ ଯୋଗଦେଲେ କଂଗ୍ରେସ ଓ BSP ନେତା ।
RPI ରେ ଯୋଗଦେଲେ କଂଗ୍ରେସ ଓ BSP ନେତା ।

ଅନୁଗୁଳ : (ଦିଲୀପ କୁମାର ଚୋପଦାର ) ଜିଲ୍ଲାର କୋଇଲା ନଗରୀ ତାଳଚେର କୋଲିୟାରି ଥାନା ପାଖରେ ଅବସ୍ଥିତ RPI ଅଫିସ ରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । RPI ର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଓ BSP ଦଳ ର ପୁରୁଖା ନେତା ଏବଂ କର୍ମୀମାନେ RPI ରେ ଯୋଗଦାନ କରିଛନ୍ତି । ସେମାନଙ୍କ କହିବା କଥା ଯେ, ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ାଃ ଭୀମ ରାଓ ଆମ୍ବେଦକର ଙ୍କ ଆଦର୍ଶ ରେ ଅନୁପ୍ରାଣିତ RPI ଦଳ ରେ ଯୋଗ ଦେଇ ଭେଦ,ଭାବ ବିହୀନ ,ଦୁର୍ନୀତି ମୁକ୍ତ ଏକ ସୁନ୍ଦର ଦେଶ ଗଠନ ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟ କରିବା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସର ରେ ଜିଲ୍ଲା ସଭାପତି ଙ୍କ ଦ୍ଵାରା ବିଭିନ୍ନ ବ୍ଲକ ଓ ବିଧାନ ସଭା କ୍ଷେତ୍ର ପାଇଁ ସଭାପତି ଚୟନ କରାଯାଇ ଦାୟିତ୍ୱ ଅର୍ପଣ କରା ଯାଇଛି। ମହିଳା ଙ୍କୁ ସୁ ସଂଗଠିତ କରିବା ପାଇଁ ମହିଳା ମୋର୍ଚ୍ଚା ସଭାପତି ରୂପେ ଚନ୍ଦ୍ରମା ନାୟକ, ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ସଭାପତି ରୂପେ କାଳୀ ଚରଣ ନାଏକ, ବଅଁରପାଳ ବ୍ଲକ ସଭାପତି ରୂପେ ଅଶୋକ କୁମାର ନାଏକ , ମିଡିଆସେଲ ସଭାପତି ରୂପେ ହରେକୃଷ୍ଣ ମହାପାତ୍ର ଙ୍କୁ ଚୟନ କରାଯାଇଛି । ଜିଲ୍ଲା ସଭାପତି ସମସ୍ତ ନୂତନ କାର୍ଯ୍ୟକର୍ତ୍ତା ଏବଂ ପଦାଧିକାରୀ ଙ୍କୁ ପୁଷ୍ପ ଗୁଚ୍ଛ ସହିତ RPI ର ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇ ଥିଲେ । ସୂଚନା ଯୋଗ୍ୟ ଯେ, କାଳୀ ଚରଣ ନାଏକ BSP ଛାଡି RPI ରେ ଯୋଗଦାନ କରିଛନ୍ତି ଏବଂ ହରେ କୃଷ୍ଣ ମହାପାତ୍ର କଂଗ୍ରେସ ଛାଡି RPI ରେ ଅନେକ କର୍ମୀ ଙ୍କ ସହିତ ଯୋଗଦାନ କରିଅଛନ୍ତି । ସମସ୍ତେ ମିଶି ସଂଗଠନ କୁ ଆଗାମୀ ଦିନରେ ମଜବୁତ୍ ପାଇଁ ଏକ ନୂତନ ରୂପରେଖ ଦେଇ ରୋଡମ୍ୟାପ ତିଆରି କରୁଥିବା ର ସୂଚନା ଦେଇଛନ୍ତି ।