ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶିକ୍ଷାର ଆଲୋକବର୍ତ୍ତିକା,ଗଞ୍ଜାମ ରୟତ ଆନ୍ଧୋଳନର ଅନ୍ୟତମ ସ୍ରଷ୍ଟା ଇନାମଦାର ମୁସ୍ତାଦାର ବିରୋଧୀ ଆନ୍ଧୋଳନର କର୍ଣ୍ଣଧାର ଶତସଂଗ୍ରାମର ମହାରଥୀ ପୂର୍ବତନ ବିଧାୟକ, କମ୍ୟୁନିଷ୍ଟ ନେତା ସାଥୀ ସର୍ଦ୍ଧାର ଦଣ୍ଡପାଣି ସ୍ବାଇଁଙ୍କ ୩୯ ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଗୌତମୀ ଠାରେ ଅନୁଷ୍ଠିତ ହୋଇଯାଇଛି! ସର୍ଦ୍ଧାର ଦଣ୍ଡପାଣି ରଙ୍ଗମଞ୍ଚ ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ପ୍ରଦାନ ସହ ସର୍ଦ୍ଧାର ଦଣ୍ଡପାଣି ସ୍ୱାଇଁ ଙ୍କ ନେତୃତ୍ୱରେ କୃଷକ ଆନ୍ଦୋଳନ ଶିକ୍ଷାର ବିକାଶ ନିମିତ୍ତ ଗୌତମୀ ଗୋକର୍ଣ୍ଣପୁର ହୁଗୁଳାପଟା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା ସରପଞ୍ଚ ବ୍ଲକ ଅଧ୍ୟକ୍ଷ ଓ ବିଧାୟକ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ ରେ ଅବଦାନ ସମ୍ପର୍କ ରେ ସ୍ମୁତିଚାରଣ କରାଯାଇଥିଲା!ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ସେବା ନିବୃତ୍ତ ଶିକ୍ଷା ପ୍ରଶାସକ ଲିଙ୍ଗରାଜ ସ୍ୱାଇଁ ସିପିଆଇ ଜୋନ ସମ୍ପାଦକ କୈଳାଶ ପାତ୍ର ବିନାୟକ ଦାଶ ସେବା ସମବାୟ ସଭାପତି ସୁକାନ୍ତ ବେହେରା ଲେନିନ ସାହୁ ଙ୍କ ସମେତ ବହୁ ଗ୍ରାମବାସୀ ବୁଦ୍ଧିଜୀବୀ ସୁତିଚାରଣ ସଭା ରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ଗୌତମୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ ରେ ଅବସ୍ଥିତ ସର୍ଦ୍ଧାର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ସହ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ!


