ସରକାରୀ ମେଡିକାଲରେ ସଫେଇ କାର୍ଯ୍ୟ ଠପ
ନବରଙ୍ଗପୁର୨୨/୦୯ ମେଡିକାଲରେ ସଫେଇ କରିବା ପାଇଁକର୍ମଚାରୀ ନିଯୁକ୍ତି କରିଛନ୍ତି l ସେମାନେ ସେବା ସାହାଯ୍ୟ ଓ ପରିବାର ପ୍ରତିପଷଣ କରିବା ଲକ୍ଷ ରେ ଏହି କାର୍ଯ୍ୟରେ ଯୋଗ ଦେଇ ନିଜର କାର୍ଯ୍ୟ ପ୍ରତିପାଦନ କରୁଛନ୍ତି l କିନ୍ତୁ ଏହି କାର୍ଯ୍ୟକୁ ଏକ ଘରଇ ସଂସ୍ଥା ହସ୍ତାନ୍ତର କରି ନିରବ ପ୍ରଶାସନ ଏମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି l

ଏହି ପରିସ୍ଥିତ ଉପଜିଛି ନବରଙ୍ଗପୁର ଜିଲ୍ଲାର ସରକାରୀ ମେଡିକାଲ ଠାରେ ଡାକ୍ତରଖାନାରେ କାମ କରୁଥିବା ସୁଇପର କର୍ମଚାରି ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ବାରମ୍ବାର ପ୍ରଶାସନ ଦ୍ଵାରସ୍ତ ହେଲା ପରେ ମଧ୍ୟ ସେମାନଙ୍କୁ ପ୍ରତିଶୃତି ହିଁ ମିଳୁଛି ବାଧ୍ୟ ହୋଇ ସିଡ଼ିଏମଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଧାରଣା ଦେଇଛନ୍ତି l ଡାକ୍ତର ଖାନାରେ କାର୍ଯ୍ୟ କରୁଥିବା ସୁଇପର କର୍ମଚାରୀ ମାନଙ୍କ ଦରମା ପ୍ରତ୍ୟେକ ମାସର ୧୫ ତାରିଖ ପୁର୍ବରୁ ଦରମା ଦେବା ପାଇଁ
ବ୍ୟବସ୍ଥା କରାଯାଉ, ଡାକ୍ତର ଖାନାରେ ବାୟୋମେଟ୍ରିକ ମେସିନ
କାମ କରୁ ନଥିବା ଯୋଗୁଁ ବାୟୋମେଟ୍ରିକ ମେସିନ ଠିକ କଲା ପର୍ଯ୍ୟନ୍ତ ରେଜିଷ୍ଟର ଉପସ୍ଥାନର ଦସ୍ତଖତ ଅନୁଯାୟୀ କର୍ମଚାରୀଙ୍କ ଦରମା ଠିକ ସମୟ ମଧ୍ୟରେ ଦିଆଯାଉ,ଏଲ ଏଣ୍ଡ କେ ଏଜନସି ଥିବାସମୟରେ ହସପିଟାଲର ସମସ୍ତ କର୍ମଚାରୀଙ୍କ ଇପିଏଫ ଟଙ୍କା ଆଠ ମାସର ଜମା କରାଯାଇ ନାହିଁ ତାହା ତୁରନ୍ତ ଜମା କରିବାକୁ ଆଦେଶ କରାଯାଉ। ଅଭିରାମ ଏଜନସି ଆସିବା ଦିନ ଠାରୁ ପ୍ରାୟ ୬ ମାସହେବ ଇପିଏଫ ଟଙ୍କାର ସ୍କ୍ରିପ ଆସୁନାହିଁ ତାହା ଟଙ୍କା ଜମାକରି ତୁରନ୍ତ ଇପିଏଫ ସୁପ ଦେବାର ବ୍ୟବସ୍ଥାକରାଯାଉ। ହସପିଟାଲରେ କାର୍ଯ୍ୟରତ ସମସ୍ତ ସୁଇପର ମାନଙ୍କ କାମ କଣ ଗାଇଡ ଲାଇନ ଯୋଗାଇଦିଆଯାଉ। ହସପିଟାଲର କର୍ମଚାରି ମାନଙ୍କ ପ୍ରତ୍ୟେକ ମାସର ପେ ସ୍କ୍ରିପ ଯୋଗାଇ ଦିଆଯାଉ
ସରକାରଙ୍କ ଦୈନିକ ମଜୁରି ଟଙ୍କା ଅନେକ ଦିନ ହେଲା ବୃଦ୍ଧି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବୃଦ୍ଧିପାଇଥିବା ଟଙ୍କା ଦିଆଯାଇ ନାହିଁ ତାହା ତୁରନ୍ତ ଦେବାର ବ୍ୟବସ୍ଥା କରାଯାଉ

। ବର୍ତ୍ତମାନ
ଡାକ୍ତରଖାନାରେ କାର୍ଯ୍ୟକରୁଥିବା ସୁଇପର ମାନଙ୍କୁ ହସପିଟାଲ ତରଫରୁ ଦରମା ଦେବାର ବ୍ୟବସ୍ଥା କରାଯାଉ। ଯେତେବେଳେ ପର୍ଯ୍ୟନ୍ତ ଉପରଲିଖିତ ସସସ୍ୟା ଗୁଡିକର ସମସ୍ୟା ସମାଧାନ ନ ହୋଇଛି ସେହି ପର୍ଯ୍ୟନ୍ତ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ସଂଘ ତରଫରୁ ଘୋଷଣା କରିଛନ୍ତି ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ହସପିଟାଲ କର୍ମଚାରୀ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମରିୟମ ଗରଡ଼ା ସମ୍ପାଦିକା ଶ୍ରୀମତୀ ନମିତା ନାଗ ବି ଏମ ଏସ ଜିଲ୍ଲା ସମ୍ପାଦକ ବିଷୋୟୀ ଉପସ୍ଥିତ ଥିଲେ l

